19.1 C
Bhubaneswar
Friday, February 6, 2026
Homeଓଡିଶାଓଡିଶାରେ ବିହାର ପରି ଚଞ୍ଚକତା କଲେ ଆନ୍ଦୋଳନ: ଭକ୍ତ

ଓଡିଶାରେ ବିହାର ପରି ଚଞ୍ଚକତା କଲେ ଆନ୍ଦୋଳନ: ଭକ୍ତ

ଭୁବନେଶ୍ୱର: ବିହାର ପରି ଓଡିଶାରେ ମଧ୍ୟ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ଅସ୍ତ୍ର କରି ବିଜେପି ବ୍ୟାପକ ‘ଭୋଟ୍ ଚୋରି’ କରିବାକୁ ମସୁଧା କରୁଥିବା ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି। ବିହାରରେ ଏସଆଇଆରରେ ବାଦ ପଡିଥିବା ଭୋଟରଙ୍କ ତଥ୍ୟ ଦେବାପାଇଁ ନିର୍ବାଚନ ଆୟୋଗ ମନା କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରି ଉକ୍ତ ତାଲିକା ପ୍ରକାଶନ ପାଇଁ ବାଧ୍ୟ କରିବା ପରେ ସରକାରଙ୍କ ଉଦ୍ଦେଶ୍ୟ ପଦାରେ ପଡିଛି। ଅନ୍ୟ ପକ୍ଷରେ, ଗତ ନିର୍ବାଚନରେ ଓଡିଶାରେ ୪୨ ଲକ୍ଷ ଭୋଟ୍ ଚୋରି ଅଭିଯୋଗ, ଲୋକସଭା-ବିଧାନସଭା ଭୋଟସଂଖ୍ୟାରେ ତାରତମ୍ୟ, ଅପରାହ୍ଣ ୫ଟା ପରେ ମତଦାନ ହାରରେ ଆଖିଦୃଶିଆ ବୃଦ୍ଧି (୭-୩୦% ରାଏ ବଢିବା) ଇତ୍ୟାଦି ଫ୍ୟାକ୍ଟର ଓଡିଶାରେ ବିଜେପିର ‘ଭୋଟ୍ ଚୋରି’କୁ ପ୍ରମାଣ କରୁଛି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ତେବେ ଖାଲି ବିରୋଧ ପାଇଁ ବିରୋଧ କଂଗ୍ରେସର ଆଭିମୁଖ୍ଯ ନୁହେଁ। ଦଳ ଚାହେଁ, ଯୋଗ୍ୟ ଭୋଟର ତାଲିକାଭୁକ୍ତ ହୁଅନ୍ତୁ ଓ ଅଯୋଗ୍ୟ ବାଦ ପଡନ୍ତୁ। କିନ୍ତୁ ବିଜେପିର ମୁଖପାତ୍ର ସାଜିଥିବା ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଓ ପଦକ୍ଷେପରୁ ସ୍ବଚ୍ଛ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଆୟୋଗଙ୍କ ଅଭିପ୍ରାୟ ଭଲ ଥିବା ପରି ଜଣାପଡୁନାହିଁ। ମହାରାଷ୍ଟ୍ର, ବିହାର ପରି ରାଜ୍ୟ ଗୁଡିକ ପରି ଓଡିଶାର ଭୋଟର ତାଲିକାରେ ଜାଲିଆତି କଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଶ୍ରୀ ଦାସ ସରକାର, ଦଳ ଓ ଆୟୋଗଙ୍କୁ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ଯ, ଆସନ୍ତା ୪ ସେପ୍ଟେମ୍ବର ‘ଭୋଟ୍ ଚୋରି’ ବିରୋଧରେ ପିସିସିର ରାଜ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ଘେରାଉକୁ ଜୋରଦାର କରାଯିବା ନେଇ ନିଷ୍ପତ୍ତି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking