18.1 C
Bhubaneswar
Thursday, February 5, 2026
Homeଓଡିଶାଟ୍ରମ୍ପଙ୍କ ଶୁଳ୍କ ଧମକ ଓ ଭାରତ - ବ୍ରିଟେନ୍ ବାଣିଜ୍ୟ ଚୁକ୍ତି ବିରୋଧରେ ବିକ୍ଷୋଭ

ଟ୍ରମ୍ପଙ୍କ ଶୁଳ୍କ ଧମକ ଓ ଭାରତ – ବ୍ରିଟେନ୍ ବାଣିଜ୍ୟ ଚୁକ୍ତି ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ, ଜୋରିମାନା ୨୫% ଏପରି ୫୦% ଟାରି‘୍ ଓ ଋଷ୍ ସହ ତୈଳ ବାଣିଜ୍ୟ ଚୁକ୍ତି ପାଇଁ ଦଣ୍ଡନୀୟ ଟିକସ ଲଗାଇବା ଧମକ ଏବଂ ଭାରତ-ବ୍ରିଟେନ୍ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତି (ସି.ଇ.ଟି.ଏ.) ବିରୋଧରେ ଆଜି ଭୁବନେଶ୍ୱରରେ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିୟନମାନଙ୍କର ମିଳିତ ମଞ୍ଚ, ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଭୂମି ଅଧିକାର ଆନ୍ଦୋଳନର ପକ୍ଷରୁ “ଜାତୀୟ ସାର୍ବଭୌମତ୍ୱ ରକ୍ଷା ଓ କର୍ପୋରେଟ୍ ଲୁଟ୍ ବନ୍ଦ” ଦାବିରେ ବିକ୍ଷୋଭ ଓ ପଟୁଆର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୧୦ଟି କେନ୍ଦ୍ରୀୟ ଟ୍ରେଡ଼୍ ୟୁନିୟନ, ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଭୂମି ଅଧିକାର ଆନ୍ଦୋଳନ ଟ୍ରମ୍ପଙ୍କ ଏହି ଆକ୍ରମଣାତ୍ମକ ଶୁଳ୍କ ନୀତିକୁ ଦୃଢ ନିନ୍ଦା କରିଛନ୍ତି । ଏହା ଆମେରିକାର ବାଣିଜ୍ୟ ନୀତିର ଭଣ୍ଡାମୀକୁ ଉଜାଗର କରୁଛି, ଯେଉଁଥିରେ ଆମେରିକୀୟ କର୍ପୋରେଟ୍‌ଗୁଡ଼ିକ ପାଇଁ ଖୋଲା ବଜାର ଦାବି କରାଯାଉଛି, କିନ୍ତୁ ସାର୍ବଭୌମ ରାଷ୍ଟ୍ରମାନଙ୍କୁ ଶୁଳ୍କ ଅସ୍ତ୍ର ବ୍ୟବହାର କରି ଦବାଇବାକୁ ଚେଷ୍ଟା କରାଯାଉଛି । କେନ୍ଦ୍ର ସରକାରଙ୍କ ପ୍ରାରମ୍ଭିକ ଚୁପ୍‌ଚାପ୍ ମନୋଭାବ ଜାତୀୟ ସ୍ୱାର୍ଥକୁ ଆପୋଷ କରିବାର ସଙ୍କେତ ଦେଇଥିଲା, କିନ୍ତୁ ଶ୍ରମିକ ଓ କୃଷକଙ୍କ ଲଗାତାର ପ୍ରତିବାଦ ଯୋଗୁଁ ସରକାର ଏବେ ଏହି ଚାପକୁ ବିରୋଧ କରୁଛନ୍ତି । ଏହି ନୂଆ ଅବସ୍ଥାନ ଭାରତୀୟ କୃଷି, ଦୁଗ୍ଧ, ଶିଳ୍ପ ଓ ରୋଜଗାରକୁ ସୁରକ୍ଷା ଦେବା ପାଇଁ ଏକ ଇତିବାଚକ ପଦକ୍ଷେପ । ଏହି ଅବସ୍ଥାନ ଜାରି ରଖିବା ପାଇଁ ଦାବି କରାଯାଇଛି ।

ଭାରତ-ବ୍ରିଟେନ୍ ସି.ଇ.ଟି.ଏ. ଭାରତର ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟସେବା ଓ ଅର୍ଥନୈତିକ ଆତ୍ମନିର୍ଭରଶୀଳତା ପାଇଁ ବିପଦ । ଏହା ବ୍ରିଟିଶ କୃଷି ବ୍ୟବସାୟୀମାନଙ୍କୁ ଶସ୍ତା, ଦୁଗ୍ଧ, ଗହମ ଓ ମାଂସ ଦ୍ୱାରା ଭାରତୀୟ ବଜାରକୁ ପ୍ରଭାବିତ କରିବ । ଯାହା ପୂର୍ବ ମୁକ୍ତ ବାଣିଜ୍ୟ ଚୁକ୍ତି ଯୋଗୁଁ କେରଳରେ ରବର ମୂଲ୍ୟ ୭୦% ହ୍ରାସ ପରି ବିପର୍ଯ୍ୟୟ ସୃଷ୍ଟି କରିବ । ଏହା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ରିଟିଶ କର୍ପୋରେଟ୍ ଅଧିଗ୍ରହଣ, ଡ଼ାକ୍ତରଖାନା ଘରୋଇକରଣ ଓ ଔଷଧ ମୂଲ୍ୟ ବୃଦ୍ଧିକୁ ତ୍ୱରାନ୍ୱିତ କରିବ । ୯ ଜୁଲାଇ ୨୦୨୫ରେ ଦେଶବ୍ୟାପୀ ଧର୍ମଘଟରେ ଅଂଶଗ୍ରହଣକାରୀ ଶ୍ରମିକ ଓ କୃଷକଙ୍କୁ ଏହି ମଞ୍ଚ ପ୍ରଶଂସା କରିଛି । କିନ୍ତୁ ସରକାର ଶ୍ରମିକ ବିରୋଧୀ ୪ଟି ଶ୍ରମକୋଡ୍‌଼, ସର୍ବନିମ୍ନ ସହାୟକ ମୂଲ୍ୟରେ ଆଇନଗତ ଗ୍ୟାରେଣ୍ଟି ଅଭାବ ଓ ଋଣ ଛାଡ଼ ନକରି କର୍ପୋରେଟ୍‌ପନ୍ଥୀ ନୀତି ଜାରି ରଖିଛନ୍ତି । ଜଳ, ଜଙ୍ଗଲ ଓ ଜମି ଅଧିକାର ଉପରେ ଆକ୍ରମଣ, ବଳପୂର୍ବକ ଜମି ଅଧିଗ୍ରହଣ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଜାରି ରହିଛି । ଆଜିର “କର୍ପୋରେଟ୍ ଭାରତ ଛାଡ଼ ଦିବସ”ରେ ଓଡ଼ିଶାର କୃଷକ, ଶ୍ରମିକ, ମହିଳା, ଯୁବକ, ଛାତ୍ର ଓ ଦେଶପ୍ରେମୀ ନାଗରିକମାନେ ସାମିଲ ହୋଇଛନ୍ତି । ଏକ ୪ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ବିଜୟ କୁମାର ଜେନା, ଦୁଷ୍ମନ୍ତ କୁମାର ଦାସ, ଭୁବନାନନ୍ଦ ମହାପାତ୍ର, ଜୟସେନ ମେହେର, ମହେନ୍ଦ୍ର ପରିଡ଼ା, ଜ୍ୟୋତି ରଞ୍ଜନ ମହାପାତ୍ର, ମଧୁ ସୁଦନ ପ୍ରଧାନ, ପ୍ରମିଳା, ଶଶୀ ଭୂଷଣ ସ୍ୱାଇଁ, ଅଶୋକ ପ୍ରଧାନ, ନରେନ୍ଦ୍ର ମହାନ୍ତି, କିଶୋର ଜେନା, ସତ୍ୟ ତ୍ରିପାଠୀ, ବିଜୟ ଦ୍ୱିବେଦୀ, ନାରାୟଣ ରେଡ୍ଡୀ, ସୁର ଜେନା, ପ୍ରଦୀପ୍ତ ନାୟକ, ସନ୍ତୋଷ ରଥ, ବଂଶୀଧର ପରିଡ଼ା, ନିରଞ୍ଜନ ମହାନ୍ତି, ଲକ୍ଷ୍ମୀ ଦୋରା ଏବଂ ବିଜୟ ସାହୁ ପ୍ରମୁଖ ଶ୍ରମିକ-କୃଷକ ନେତୃବୃନ୍ଦ ନେତୃତ୍ୱ ନେଇଥିଲେ ଏବଂ ବିକ୍ଷୋଭକାରୀଙ୍କୁ ଉଦ୍‌ବୋଧନ ଦେଇଥିଲେ ।
ଟ୍ରମ୍ପଙ୍କ ଶୁଳ୍କ ଧମକକୁ ପ୍ରତ୍ୟାଖ୍ୟାନ କରି ଋଷ୍ ସମେତ ସମସ୍ତ ରାଷ୍ଟ୍ର ସହ ବାଣିଜ୍ୟ କରିବାର ସାର୍ବଭୌମ ଅଧିକାର ସୁରକ୍ଷିତ କରାଯାଉ, ଭାରତ-ବ୍ରିଟେନ୍ ସି.ଇ.ଟି.ଏ. ଚୁକ୍ତିର ତୁରନ୍ତ ସମୀକ୍ଷା ଓ ପ୍ରତ୍ୟାହାର କରାଯାଉ, ସଂସଦରେ ଏହା ଅନୁମୋଦନ ହେବା ବନ୍ଦ ହେଉ ଏବଂ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି ଆଲୋଚନା ବନ୍ଦ କରାଯାଉ, ଗୁପ୍ତ ବାଣିଜ୍ୟ ଚୁକ୍ତି ବନ୍ଦ ହେଉ ଏବଂ ଭବିଷ୍ୟତ ଚୁକ୍ତି ସଂସଦୀୟ ଯାଞ୍ଚ ଓ ଜନପରାମର୍ଶ ମାଧ୍ୟମରେ କରିବା ଇତ୍ୟାଦି ଦାବି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking