19.1 C
Bhubaneswar
Sunday, January 11, 2026
Homeଓଡିଶାଟାଟା ପାୱାରର ସ୍ମାର୍ଟମିଟର ଓ ଅତିରିକ୍ତ ସୁରକ୍ଷା ଜମାରାଶି ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ପ୍ରସ୍ତୁତି

ଟାଟା ପାୱାରର ସ୍ମାର୍ଟମିଟର ଓ ଅତିରିକ୍ତ ସୁରକ୍ଷା ଜମାରାଶି ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ପ୍ରସ୍ତୁତି

ଯାଜପୁର: ଆଜି ଯାଜପୁର ରୋଡ ଠାରେ ଜିଲ୍ଲା ବିଦ୍ୟୁତଉପଭୋକ୍ତା କମିଟି ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତାରେ ଟାଟା ପାୱାର ଶୋଷଣ ଓ ମନ ମାନି କୁ ବିରୋଧ କରି ଏକ ଆଲୋଚନା ଚକ୍ର ଯାଜପୁର ରୋଡ ଠାରେ ଅନୁଷ୍ଠିତ ହୋଇ ଥିଲା l ଟି, ପି, ଏନ, ଓ, ଡ଼ି, ଏଲ ର ବିଦ୍ୟୁତଉପଭୋକ୍ତା ଙ୍କ ଉପରେ ହୋଇଉଥିବା ଶୋଷଣ ପ୍ରତ୍ୟାହାର କୁ ନେଇ ଏକ ଆଲୋଚନା ସଭା ରେ ଦାବି କରା ଯାଇ ଥିଲା l , ଟାଟା ପାୱାର ବିଦ୍ୟୁତ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ର ନିର୍ଦେଶକ କୁ ଅମାନ୍ୟ କରି ବେଆଇନ ଭାବେ ଜୋରଜବରଦସ୍ତ ମିଟର ଠିକ ଥିବା ବେଳେ ତାକୁ ନେଇଯାଇ ସ୍ମାର୍ଟମିଟର ଲଗାଇବା ଓ ଅତିତିକ୍ତ ସୁରକ୍ଷା ଜମା ରାଶି ବିଲ ରେ ଉଲ୍ଳେଖ କରି ଅର୍ଥ ଆଦାୟ ଘଟଣା କୁ ନେଇ ବିଦ୍ୟୁତ ଗ୍ରାହକ ମାନେ ବିରୋଧ କରି ଥିଲେ l ଟାଟା ପାୱାର ବିଦ୍ୟୁତଉପ ଭୋକ୍ତା ମାନଙ୍କୁ ଶୋଷଣ କରୁଛି ବିଦ୍ୟୁତ ସେବା ଯୋଗାଇ ବାରେ ଅସଫଳ ହୋଇଛି l ଡବଲ ଇଞ୍ଜିନି ସରକାର ଟାଟା ପାୱାର କୁ ପୋତ୍ସାହନ ଦେଉଛି ତେଣୁ ଟାଟା ମେରୀ ରାୟ ଚଳାଇଛି ବିଦ୍ୟୁତ ଉପଭୋକ୍ତା ଟାଟା ପାୱାର ଜୁଲମ ଶିକାରହେଉଥିବା ଘଟଣା ଉପରେ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା କମିଟି ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରିବାକୁ ଵ୍ୟାପକ ପ୍ରସ୍ତୁତି ହୋଇଛି। ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା ଓ ଉପଭୋକ୍ତା କମିଟି କୋରାଇ ଜୋନ ୧ ରୁ ପକ୍ଷରୁ କେଦାର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ରାଜ ପ୍ରଶାନ୍ତ ପେରାଇ ବିଶ୍ୱନାଥ ମଳିକ ସୋମନାଥ ପାତ୍ର, ଅକ୍ଷୟ ମିଶ୍ର,ଧରଣୀଧର ମଳିକ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ବହୁ ଶୀଘ୍ର ଯାଜପୁରରୋଡ ଟାଟା ପାୱାର ର ସର୍କଲ ଅଫିସ ଘେରାଉ କରାଯିବବୋଲି ନିଷ୍ପତ୍ତି ହୋଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking