23.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶ‘ଶିଖ’ ବୟାନ ପାଇଁ ରାହୁଲ ଗାନ୍ଧିଙ୍କ ଘର ଆଗରେ ବିକ୍ଷୋଭ

‘ଶିଖ’ ବୟାନ ପାଇଁ ରାହୁଲ ଗାନ୍ଧିଙ୍କ ଘର ଆଗରେ ବିକ୍ଷୋଭ

ନୂଆଦିଲ୍ଲୀ: ବିଜେପି ସମର୍ôଥତ ଗୋଟିଏ ଶିଖ ସଂଗଠନ ବୁଧବାର ଦିଲ୍ଲୀସ୍ଥିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତରେ ରହୁଥିବା ଶିଖମାନଙ୍କ ଅବସ୍ଥା ସମ୍ପର୍କରେ ଆମେରିକାରେ ରାହୁଲ ଦେଇଥିବା ବୟାନକୁ ବିରୋଧ କରି ଉକ୍ତ ସଂଗଠନର ସଦସ୍ୟମାନେ ନାରାବାଜି କରିଛନ୍ତି। ବିକ୍ଷୋଭକାରୀମାନେ ଜନପଥରେ ଥିବା ବ୍ୟାରିକେଡ୍ ଭାଙ୍ଗି ରାହୁଲଙ୍କ ବାସଭବନ ଆଡ଼କୁ ଯିବାକୁ ଚାହୁଁଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ପୁଲିସ୍ ସହ ସେମାନଙ୍କର ବେଶ ଧସ୍ତାଧସ୍ତି ହୋଇଛି। ଭାରତରେ ଧାର୍ମିକ ସ୍ୱାଧୀନତା ସମ୍ପର୍କରେ ରାହୁଲ ଗାନ୍ଧି ଆମେରିକାରେ ମତ ରଖିଥିଲେ। ସେ କହିଥିଲେ ଯେ ଭାରତରେ ଶିଖମାନେ ପଗଡ଼ି ପିନ୍ଧିପାରିବେ କି ନାହିଁ କିମ୍ବା କଡ଼ା ପିନ୍ଧିପାରିବେ କି ନାହିଁ, ତା’କୁ ନେଇ ଲଢ଼େଇ ଚାଲିଛି। ଜଣେ ଶିଖ ହିସାବରେ ଗୁରୁଦ୍ୱାରା ଯାଇପାରିବେ କି ନାହିଁ, ବର୍ତ୍ତମାନ ସେହି ଲଢ଼େଇ ଚାଲିଛି। ଏହି ଲଢ଼େଇ କେବଳ ଶିଖମାନଙ୍କ ପାଇଁ ନୁହେଁ, ସବୁ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ଘଟୁଛି ବୋଲି ରାହୁଲ ମତ ରଖିଥିଲେ। ଏପରି ବୟାନକୁ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ବିଦେଶରେ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମତ ରଖିବା ଅତ୍ୟନ୍ତ ବିପଦଜନକ ପ୍ରଚାର ବୋଲି ବିଜେପି କହିଥିଲା। ଏସବୁ ଭିତରେ ଆଜି ରାହୁଲ ଗାନ୍ଧିଙ୍କ ବାସଭବନ ଆଗରେ ବିଜେପି ସମର୍ôଥତ ଶିଖ ସଂଗଠନ ବିକ୍ଷୋଭ କରିଛି। ରାହୁଲ ଗାନ୍ଧି ବିଦେଶରେ କାହିଁକି ଶିଖମାନଙ୍କୁ ଅପମାନିତ କଲେ ରାହୁଲ ଗାନ୍ଧି ମୁର୍ଦ୍ଦୁବାଦ ନାରା ଦେଇ ସେମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking