19.1 C
Bhubaneswar
Sunday, January 11, 2026
Homeଓଡିଶାଟାଟା ପାୱାରର ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ ବନ୍ଦ ଦାବିରେ ଆନ୍ଦୋଳନ ଡାକରା

ଟାଟା ପାୱାରର ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ ବନ୍ଦ ଦାବିରେ ଆନ୍ଦୋଳନ ଡାକରା

ଯାଜପୁର: ଯାଜପୁର ଜିଲ୍ଲାର କୋରାଇ ବ୍ଲକ ଅନର୍ଗତ ତଣ୍ଡାର ଗ୍ରାମପଞ୍ଚାୟତଠାରେ ଯାଜପୁର ଜିଲ୍ଲା ବିଦ୍ୟୁତ ଉପଭୋକ୍ତା କମିଟି ପକ୍ଷରୁ ଏକ ପଥପାନ୍ତ ସଭା ଅନୁଷ୍ଠିତ ହୋଇଥିଲା l ଯାଜପୁର ଜିଲ୍ଲାର ଉପଭୋକ୍ତା ସଭାପତି ବିଦ୍ୟାଧର ମହାନ୍ତିଙ୍କ ଏହି ସଭାରେ ଅଧକ୍ଷତା କରିଥିଲେ l ଟି.ପି.ଏନ.ଓ.ଡ଼ି.ଏଲର ବିଦ୍ୟୁତ ଗ୍ରାହକମାନଙ୍କ ଉପରେ ନାହିଁ ନଥିବା ଜୁଲମ ଘଟଣାକୁ ନିନ୍ଦା କରାଯାଇଥିଲା l ଟାଟା ପାୱାର ସମଗ୍ର ଜିଲ୍ଲାରେ ଉପଭୋକ୍ତାମାନଙ୍କୁ ଲୁଟିବାରେ ଲାଗୁଛି l ପ୍ରତିବାଦ କଲେ ଲାଇନି ସଂଯୋଗରୁ କାଟିଦେଉଛି l ଉପଭୋକ୍ତାମାନେ ଭୟରେ ରହୁଛନ୍ତି l ଏ ସମ୍ପର୍କରେ ବିଧାୟକ ମନ୍ତ୍ରୀ ସାଂସଦଙ୍କ ନିକଟରେ ଗୁହାରି ଜଣାଇଲେ ସେମାନେ ମୁହଁ ଖୋଲୁ ନାହାନ୍ତି l ଜନ ପ୍ରତିନିଧି ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି, ଏ ସମ୍ପର୍କରେ ବିଧାନସଭା ଓ ପା୍ଲିଆମେଣ୍ଟରେ ଉପଭୋକ୍ତାଙ୍କ ସମସ୍ୟା ଓ ଟାଟା ପାୱାର ଜୁଲମ ବିରୋଦ୍ଧରେ ପ୍ରଶ୍ନ ଉଠାଉ ନାହାନ୍ତି l ଏପରି କି କୌଣସି କାରଣ ନ ଥାଇ ଅତ୍ୟାଧିକ ଜୋରିମନା, ଭଲ ମିଟରକୁ ପରିବର୍ତ୍ତନ ଜବରଦସ୍ତି ସ୍ମାର୍ଟ ମିଟର ସଂଯୋଗ କରିବା, ବିଲ ଗୁଡିକରେ ଏ.ଏସ.ଡ଼ି ବାବଦକୁ ମାସିକ ଅର୍ଥ ଆଦାୟ କରିବା ଭୁଲ୍ ବିଲକୁ ସଂଶୋଧିତ ନ କରିବା ସହିତ ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଜନ ସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି l

ଏହାକୁ ପ୍ରତିବାଦ କରି କୋରାଇ ବ୍ଲକ ଜୋନ ୩ର ଜହ୍ନା ଗ୍ରା. ପ, ଖମଣ, ପାଣିକୋଇଲି, ପଥରପଦା, ବଡବିରୁହାଁ, ଗୋଳାଇପୁର, ମୁ୍ଳାପାଳ, କର୍ଦା ଗ୍ରାମପଂଚାୟତ ସମେତ ଲଷ୍ମୀନଗର ଓ ପହଂଗାର ନେତୃ ସ୍ଥାନୀୟ ବ୍ୟକ୍ତିମାନଙ୍କ ଉପସ୍ଥିତ ତଥା ବିଶିଷ୍ଠ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା ଓ ବିଦ୍ୟୁତ ଉପଭୋକ୍ତା କମିଟି ପକ୍ଷରୁ ରାଘବ ଚରଣ ସାହୁ, ଦୁର୍ୟୋଧନ ସାହୁ, ବେଣୁଧର ରଣା, ପରୀକ୍ଷିତ ମଳିକ, ମନୋରଞ୍ଜନ କର, ମଧୂସୁଦନ ମଲ୍ଲିକ, କୃଷ୍ଣ ଦାସ, ଶିବ ପ୍ରସାଦ ପଣ୍ଡା, ମନୋରଞ୍ଜନ ସ୍ୱାଇଁ, ତପନ କୁମାର ଖଣ୍ଡେଇ, ପ୍ରଫୁଲ୍ଲ କୁମାର ପାତ୍ର, ଅଭିମନ୍ୟୁ ପରିଡା, ନୀଳମଣି ଦାସ, ସୁରେଶ କୁମାର ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଟାଟା ପାୱାରର କାର୍ଯ୍ୟକୁ ଦୃଢ ସମାଲୋଚନା କରିବା ସହିତ ବହୁ ଶୀଘ୍ର ଜିଲ୍ଲା ସ୍ତରୀୟ ସମାବେଶ କରି ଟାଟା ପାୱାର କାର୍ଯ୍ୟାଳୟକୁ ଘେରାଉ କରିବାକୁ ପ୍ରସ୍ତାବ ଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking