22.1 C
Bhubaneswar
Thursday, February 12, 2026
Homeଓଡିଶାଟିପ୍ପର ମାଲିକ ସଂଘ ପକ୍ଷରୁ ଆନ୍ଦୋଳନ

ଟିପ୍ପର ମାଲିକ ସଂଘ ପକ୍ଷରୁ ଆନ୍ଦୋଳନ

ମାଲକାନଗିରି: ଜିଲ୍ଲାରେ ବାଲି ଚାଲାଣ ବେଳେ ଟିପ୍ପରମାନଙ୍କୁ ପ୍ରଶାସନ ତରଫରୁ ଧରପଗଡ଼ କରାଯାଇ ଲକ୍ଷାଧିକ ଟଂକା ଜରିମାନା ଆଦାୟ କରାଯାଉଥିବାର ପ୍ରତିବାଦରେ ଆଜି ଠାରୁ ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ମାଲକାନଗିରିସ୍ଥିତ ମାଲ୍ୟବନ୍ତ ପଡିଆରେ ୨୦୦ରୁ ଊର୍ଦ୍ଧ୍ବ ଟିପ୍ପର ଗୋଟିଏ ଜାଗାରେ ରଖି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି।  ଜିଲ୍ଲାରେ କୌଣସି ଗୋଟିଏ ବି ଉନ୍ନୟନ କାମରେ ଟିପ୍ପର ଦ୍ବାରା ବାଲି, ପଥର, ଚିପସ୍ ଇତ୍ୟାଦି ଯୋଗାଣ କରାଯିବ ନାହିଁ ବୋଲି କୁହାଯାଇଛି। ଏହାର ସ୍ଥାୟୀ ସମାଧାନ ନହେବା ପର‌୍ୟ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଟିପ୍ପର ମାଲିକ ସଂଘ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking