17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସାଇବର ଠକଙ୍କ ଠାରୁ ମିଳିବ ରକ୍ଷା; ଆସିଲା ସଞ୍ଚାର ସାଥୀ ମୋବାଇଲ୍ ଆପ୍‌

ସାଇବର ଠକଙ୍କ ଠାରୁ ମିଳିବ ରକ୍ଷା; ଆସିଲା ସଞ୍ଚାର ସାଥୀ ମୋବାଇଲ୍ ଆପ୍‌

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ପକ୍ଷରୁ ଠକେଇ କଲ୍ ଏବଂ ମେସେଜ ବିଷୟରେ ସୂଚନା ଦେବା ପାଇଁ ସଂଚାର ସାଥୀ ମୋବାଇଲ ଆପ୍ ଲଞ୍ଚ କରିଛି। ଶୁକ୍ରବାର କେନ୍ଦ୍ର ଯୋଗାଯୋଗ ଏବଂ ଉତ୍ତର ପୂର୍ବ ଉନ୍ନୟନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦୂରସଞ୍ଚାର ବିଭାଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଆପ୍‌’ର ଶୁଭାରମ୍ଭ କରିଛନ୍ତି।

ସଞ୍ଚାର ସାଥୀ ମୋବାଇଲ ଆପ୍ ହେଉଛି ଏକ ଉପଭୋକ୍ତା ସହାୟକ ପ୍ଲାଟଫର୍ମ, ଯାହା ଟେଲିକମ୍ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହାପୂର୍ବରୁ ୨୦୨୩ ମେ’ ମାସରେ ସଞ୍ଚାର ସାଥୀ ପୋର୍ଟାଲ ଆରମ୍ଭ କରାଯାଇଥିଲା। ତେବେ ଆଜି ଏହି ମୋବାଇଲ ଆପକୁ ଉନ୍ମୋଚନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ପଦକ୍ଷେପ କେବଳ ସୁଯୋଗ ପ୍ରଦାନ କରିବ ନାହିଁ ବରଂ ସମସ୍ତ ଉପଭୋକ୍ତାଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ମଧ୍ୟ ସୁନିଶ୍ଚିତ କରିବ।

ଦେଶରେ ଏବେ ୯୦ କୋଟିରୁ ଅଧିକ ଉପଭୋକ୍ତା ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବେଳେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ତେବେ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମ ପାଇଁ ଉପଲବ୍ଧ ଯୋଗାଯୋଗ ସାଥୀ ମୋବାଇଲ୍ ଆପ୍ ଉପଭୋକ୍ତାଙ୍କୁ ସେମାନଙ୍କ ଟେଲିକମ୍ ତଥ୍ୟକୁ ସୁରକ୍ଷିତ କରିବା ଏବଂ ଟେଲିକମ୍ ଠକେଇର ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଉପକରଣମାନ ପ୍ରଦାନ କରେ। ଦେଶରେ ବଢ଼ୁଥିବା ସାଇବର ଅପରାଧକୁ ରୋକିବା ଦିଗରେ ଏହି ଆପ୍ ଏକ ବିଶେଷ ସହାୟକ ଭାବେ ଉଭା ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନ୍ୟାସନାଲ ବ୍ରଡବ୍ୟାଣ୍ଡ ମିଶନ୍ (ଏନ୍‌ବିଏମ୍‌) ୨.୦ ସହ ଇଣ୍ଟ୍ରା ସର୍କଲ୍ ରୋମିଂ ଫାସିଲିଟି ମଧ୍ୟ ଶୁଭାରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking