18.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଆତଙ୍କବାଦକୁ ମୂଳୋତ୍ପାଟନ କରି ଦେଶର ନାଗରିକମାନଙ୍କୁ ସୁରକ୍ଷା ଦେବା: ଶାହ

ଆତଙ୍କବାଦକୁ ମୂଳୋତ୍ପାଟନ କରି ଦେଶର ନାଗରିକମାନଙ୍କୁ ସୁରକ୍ଷା ଦେବା: ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଏସଏଫର 61ତମ ପ୍ରତିଷ୍ଠା ଦିବସ ପାଳନରେ ଭାଷଣ ଦେଇ ଅମିତ କହିଥିଲେ ଯେ ଅପରେସନ ସମୟରେ ସୁରକ୍ଷା ବାହିନୀ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ନେଟୱାର୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ନଅଟି ସ୍ଥାନରେ ସେମାନଙ୍କର ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଥିଲେ।ସୀମା ସୁରକ୍ଷା ବାହିନୀ (BSF) ପାଇଁ ନୂତନ ଯୋଜନା ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ସୀମାପାର ଆତଙ୍କବାଦ ଏବଂ ଅନୁପ୍ରବେଶ ବିରୋଧରେ ଅଭିଯାନକୁ ତୀବ୍ର କରାଯିବ। ପହଲଗାମରେ ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ସାଧାରଣ ନାଗରିକଙ୍କୁ ସେମାନଙ୍କ ଧର୍ମ ଆଧାରରେ ଟାର୍ଗେଟ କରାଯାଇଥିଲା, ଯାହା ପରେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ” ଅପରେସନ୍ ସିନ୍ଦୁର ” ଆରମ୍ଭ କରାଯାଇଥିଲା। ଆହୁରି କହିଥିଲେ ଯେ ସେ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ସଂକଳ୍ପବଦ୍ଧ । ଆଜି ସମସ୍ତ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ବିଏସଏଫ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି। ଶାହଙ୍କ ଅନୁଯାୟୀ, କିଛି ରାଜନୈତିକ ଦଳ ଅନୁପ୍ରବେଶକାରୀଙ୍କୁ ବାହାର କରିବା ଅଭିଯାନକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି, ଯେତେବେଳେ ନିର୍ବାଚନ କମିଶନ SIR ମାଧ୍ୟମରେ ଏହି ପ୍ରକ୍ରିୟାକୁ ବ୍ୟବସ୍ଥିତ ଏବଂ ସୁରକ୍ଷିତ କରିବାରେ ସହାୟତା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking