24.1 C
Bhubaneswar
Monday, March 23, 2026
Homeଅପରାଧଛତିଶଗଡରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଛତିଶଗଡରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଛତିଶଗଡର ମନେନ୍ଦ୍ରଗଡ-ଚିରମିରୀ-ଭରତପୁର ଜିଲ୍ଲାର ଜଣେ ନାବାଳିକା ଆଦିବାସି ଝିଅଙ୍କୁ ସ୍କୁଲରେ ଚାରିଜଣ ସରକାରୀ ଅଧିକାରୀ ଗଣଦୁଷ୍କର୍ମ କରିଛନ୍ତି । ନାବାଳିକାକୁ ତାଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଜଣେ ଶିକ୍ଷକ ଏବଂ ଡେପୁଟି ମ୍ୟାନେଜର ଦ୍ୱାରା ଦୁଇଥର ଗ୍ୟାଙ୍ଗ୍ ରେପ୍ କରାଯାଇଛି। ତେବେଏହି ଚାରିଜଣଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ବଳାତ୍କାର କାରୀ ମାନେ ଯୌନ ନିର୍ଯାତନାର ଭିଡିଓ ଉଠାଇ ୧୭ ବର୍ଷ ବୟସ୍କା ଝିଅକୁ ବ୍ଲାକମେଲ କରିଥିଲେ। ସୂଚନା ଅନୁଯାଇ ଝିଅଟି କମ୍ପ୍ୟୁଟର କ୍ଲାସରୁ ବାହାରକୁ ଆସିଲା ବେଳେ , ଜଣେ ଶିକ୍ଷକ ତାଙ୍କ ନିକଟକୁ ଆସି ତାଙ୍କ ଘରେ ଛାଡି ଦେବା କହି ପ୍ରାୟ ସ୍କୁଲ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଘରକୁ ନେଇଥିଲେ। ଶିକ୍ଷକ ତାଙ୍କୁ ଏକ ଘରକୁ ନେଇଥିଲେ ଯେଉଁଠି ଅନ୍ୟ ଅଭିଯୁକ୍ତମାନେ ଅପେକ୍ଷା କରିଥିଲେ। ସେମାନେ ତାଙ୍କୁ ବାରମ୍ବାର ବଳାତ୍କାର କରିବା ସହ ଭିଡିଓ ସୁଟିଂ କରିଥିଲେ। ନାବାଳିକାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking