27.1 C
Bhubaneswar
Saturday, December 6, 2025
Homeଓଡିଶାବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଂକୁଚିତ ପ୍ରସ୍ତାବ ଗ୍ରହଣୀୟ ନୁହେଁ: ବିଜେଡି

ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଂକୁଚିତ ପ୍ରସ୍ତାବ ଗ୍ରହଣୀୟ ନୁହେଁ: ବିଜେଡି

ଭୁବନେଶ୍ୱର:  ବ୍ଲକ ଅଧ୍ୟକ୍ଷମାନଙ୍କ କ୍ଷମତାକୁ ସଂକୁଚିତ କରିବା ପାଇଁ ସରକାର ଏକ ନିର୍ଦେଶନାମା ଜାରି କରିବାକୁ ଯାଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହା ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି ବୋଲି କହିଛି । ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ କହିଛନ୍ତି, ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନିଦେ୍ର୍ଦଶନାମାରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଲରେ କେବଳ ବିଡ଼ିଓଙ୍କ ଦସ୍ତଖତ ରହିବ । ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, ୨ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେଲେ ବ୍ଲକ ଅଧ୍ୟକ୍ଷଙ୍କ ଦସ୍ତଖତ ଆବଶ୍ୟକ ହେଉଥିଲା ଓ ଏହି ପ୍ରକଳ୍ପ ଗୁଡିକ ୧୦ ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ରହୁଥିଲା । ତେଣୁ, ୨୦ ଲକ୍ଷ ପର୍ଯ୍ୟନ୍ତ କେବଳ ବିଡ଼ିଓଙ୍କ ଦସ୍ତଖତ ରହିବା ନିୟମ ହେଲେ, ବ୍ଲକ ଅଧ୍ୟକ୍ଷ ମାନଙ୍କ କ୍ଷମତା କେବଳ ସଂକୁଚିତ ନୁହେଁ ବରଂ ସଂପୂର୍ଣ୍ଣ ଶୂନରେ ପରିଣତ ହେବ ।

ଏହି ପରିପ୍ରେକ୍ଷୀରେ, ନିଦେ୍ର୍ଦଶନାମା ଜାରି କରିବା ପଛରେ ରାଜ୍ୟ ସରକାରଙ୍କର କି ଆଭିମୁଖ୍ୟ ରହିଛି ତାହା ସ୍ପଷ୍ଟ ହେବା ଦରକାର ।  ଶ୍ରୀ ଅମାତ କହିଛନ୍ତି, ଏହି ପ୍ରସ୍ତାବିତ ନିଦେ୍ର୍ଦଶନାମା କାର୍ଯ୍ୟକାରୀ ହେଲେ, ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଉପରେ କୁଠାରଘାତ ହେବ । ପଞ୍ଚାୟତରାଜ ବ୍ୟବସ୍ଥା ଅନୁଯାୟୀ, ତୃଣମୂଳ ସ୍ତରକୁ କ୍ଷମତା ପ୍ରଦାନ କରାଯିବା କଥା କିନ୍ତୁ ଏହି ନିଦେ୍ର୍ଦଶନାମା ମାଧ୍ୟମରେ ତୃଣମୂଳ ସ୍ତରରୁ, ବିଶେଷକରି ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ କ୍ଷମତା କାଢି ନେବା ପାଇଁ ପ୍ରୟାସ କରାଯାଉଛି । ତେଣୁ, ଏହି ନିଦେ୍ର୍ଦଶନାମା କେବଳ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ।  ରାଜ୍ୟ ବିଜେପି ସରକାର ବାବୁ ରାଜ ବିରୋଧରେ ଯୁକ୍ତି ବାଢି ଆସୁଥିବା ବେଳେ, ଏହି ନିଦେ୍ର୍ଦଶନାମା ବାବୁରାଜକୁ ପ୍ରୋତ୍ସାହନ ଦେଲାଭଳି ଲାଗୁଛି । ଏଥିରୁ ସ୍ପଷ୍ଟ ଭାବେ, ବିଜେପିର ଦୋମୁହାଁ ନୀତି ପଦାକୁ ଆସୁଛି । ତେଣୁ, ଏହି ପ୍ରସ୍ତାବିତ ନିଦେ୍ର୍ଦଶନାମାକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ଅମାତ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking