24.1 C
Bhubaneswar
Tuesday, January 20, 2026
Homeଓଡିଶାରାଜ୍ୟରେ ଇଣ୍ଟିଗ୍ରେଟେଡ ଗ୍ରୀନ୍ ସିପ୍ ରିସାଇକ୍ଲିଂ ଇଣ୍ଡଷ୍ଟ୍ରି ପାର୍କ ପ୍ରତିଷ୍ଠା ନେଇ ପ୍ରସ୍ତାବ

ରାଜ୍ୟରେ ଇଣ୍ଟିଗ୍ରେଟେଡ ଗ୍ରୀନ୍ ସିପ୍ ରିସାଇକ୍ଲିଂ ଇଣ୍ଡଷ୍ଟ୍ରି ପାର୍କ ପ୍ରତିଷ୍ଠା ନେଇ ପ୍ରସ୍ତାବ

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଜାହାଜ ନିର୍ମାଣ ଓ ଏହାର ପୁନଃଚକ୍ରଣ ବିଷୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ କଲ୍ୟାଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ଼କୋ ଏମଡି ଶ୍ରୀ ଭୁପିନ୍ଦର ସିଂ ପୁନିଆ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର ଓ ଏହାର ବିସ୍ତୀର୍ଣ୍ଣ ବେଳାଭୂମି, ସମୁଦ୍ର ତଟ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ନେପଚୁନସ୍ ଜାହାଜ ନିର୍ମାଣକାରୀ ସଂସ୍ଥା ଓଡ଼ିଶାରେ ଏକ ଇଣ୍ଟିଗ୍ରେଟେଡ ଗ୍ରୀନ ସିପ୍ ରିସାଇକ୍ଲିଂ ଇଣ୍ଡଷ୍ଟ୍ରି ପାର୍କ ପ୍ରତିଷ୍ଠା କରିବା ପାଇଁ ଆଗ୍ରହୀ ଅଛନ୍ତି। ଯେଉଁଠାରେ ଅବ୍ୟବହୃତ ଜାହାଜ ଗୁଡ଼ିକୁ ଭଙ୍ଗାଯାଇ ତାହାର ବିଭିନ୍ନ ଅଂଶକୁ ପୁନଃଚକ୍ରଣ କରାଯିବ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ସେ ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ଏହି ପାର୍କ ପ୍ରତିଷ୍ଠା ଦ୍ଵାରା ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ଘଟିବ ଏବଂ ୨୦ ହଜାର ପ୍ରତ୍ୟକ୍ଷ ରୋଜଗାର ଓ ୫୦ ହଜାର ପରୋକ୍ଷ ରୋଜଗାର ସୃଷ୍ଟି ହୋଇପାରିବ ।

ଯେଉଁଥିରେ ଉଚ୍ଚ କୁଶଳୀ ପଦବୀରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କ ଦକ୍ଷତା ବିକାଶ କରିବାକୁ ଶ୍ରୀ ସିଂହ ଦେଓ ଗୁରୁତ୍ୱାରୋପ କରିଥିଲେ । ଆବଶ୍ୟକସ୍ଥଳେ ଏକ ଦକ୍ଷତା ବିକାଶ ପ୍ରତିଷ୍ଠାନ ଖୋଲାଯାଇ ସ୍ଥାନୀୟ ଲୋକଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏହି ପାର୍କ ପ୍ରତିଷ୍ଠା କରାଯିବା ଦ୍ଵାରା ବାର୍ଷିକ ୩୦୦ ଜାହାଜର ପୁନଃଚକ୍ରଣ ହୋଇପାରିବ । ଏଥିରୁ ବାର୍ଷିକ ୫ ମିଲିୟନ ଟନ୍ ଉଚ୍ଚମାନର ଷ୍ଟିଲ ଓଡ଼ିଶାକୁ ମିଳିବ ଏବଂ ଓଡ଼ିଶାର ଜିଡ଼ିପିରେ ବାର୍ଷିକ ୨ ବିଲିୟନ୍ ଡ଼ଲାର ଯୋଗକରିବ ବୋଲି ଆକଳନ କରାଯାଇଛି। ବୈଠକରେ ନେପଚୁନସ୍ ସିପ୍ ବିଲଡର୍ସ ଏବଂ ପ୍ରାଇଭେଟ୍ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସତୀଶ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking