30.1 C
Bhubaneswar
Tuesday, February 10, 2026
Homeଓଡିଶାବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି

ବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି

କାମାକ୍ଷାନଗର: କାମାକ୍ଷାନଗର ଥାନା କାଦୁଆ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟାଳୟରୁ ଚୋରି ହୋଇଛି। ବିଦ୍ୟାଳୟର ସମସ୍ତ କବାଟ ତାଡି ସ୍ମାର୍ଟ ଏଲଇଡି ଟିଭି, ଇନଭର୍ଟର, ଟ୍ୟାବଲେଟ ସହିତ ବହୁତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଏବଂ ଆସବାବପତ୍ର ଲୁଟ୍ ହୋଇଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅବନ୍ତୀ ସାହୁ ପୁଲିସକୁ ଖବର ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। ସେପଟେ ଚୋରି ରୋକିବା ପାଇଁ କଡା ପଦକ୍ଷେପ ସହ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking