25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶକୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ତତ୍ପରତା; ସତର୍କତା ପାଇଁ ମାସ୍କ ପିନ୍ଧନ୍ତୁ

କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ତତ୍ପରତା; ସତର୍କତା ପାଇଁ ମାସ୍କ ପିନ୍ଧନ୍ତୁ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଇଛି। କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ଜିନମ୍ ସିକ୍ୱେସିଂ ପାଇଁ ପଠାଯାଇଛି। ଏହା କୋଭିଡ୍‌ର କେଉଁ ପ୍ରଜାତି ତାହା ଜିନମ୍ ସିକ୍ୱେସିଂ ରିପୋର୍ଟ ଆସିବା ପରେ ଏହା କୋଭିଡ୍‌ର ପୁରୁଣା ସ୍ୱ ଭାରିଆଣ୍ଟ ନା ଆଉ କିଛି ନୂଆ ତାହା ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ସମ୍ପୃକ୍ତ କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସଂକ୍ରମିତ ବ୍ୟକ୍ତିଙ୍କ ଘରେ କିମ୍ବା ଆଖପାଖରେ ଆଉ କାହା ପାଖରେ କୋଭିଡ୍ ଲକ୍ଷଣ ନାହିଁ ବୋଲି ଜଣାପଡ଼ିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଆହୁରି କହିଛନ୍ତି, ” କୋଭିଡ୍ ପାଇଁ ହସ୍ପିଟାଲ୍‌ଗୁଡିକ ପ୍ରସ୍ତୁତ ଅଛନ୍ତି। ସବୁ ହସ୍ପିଟାଲ୍‌ର କୋଭିଡ୍ ବ୍ୟବସ୍ଥାକୁ ଚେକ୍ କରାଯାଉଛି। ଆଇସିୟୁ ଓ ଟେଷ୍ଟ ପାଇଁ ପ୍ରସ୍ତୁତି କରାଯାଇଛି। କୋଭିଡ୍ ସଂଖ୍ୟା ବଢ଼ିଲେ ଶଯ୍ୟା ବଢ଼ିବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ୍‌ଗୁଡିକ ସହ ଯୋଗାଯୋଗରେ ରହିଛି। କୋଭିଡ୍ ସଂକ୍ରମିତଙ୍କତ ଟ୍ରାଭେଲ୍ ଇତିହାସକୁ ଯାଞ୍ଚ କରାଯାଉଛି। ଯାହା ଫଳରେ ଜଣାପଡ଼ିବ ସେ କାହା କାହା ସହିତ ସଂସ୍ପର୍ଶରେ ଆସିଥିଲେ ଏବଂ କେଉଁ ଆଡ଼େ ଯାଇଥିଲେ। ଏହାସହିତ ଯେଉଁ ମାନଙ୍କର କୋମରବିଟ୍ ରହିଛି ସେମାନେ ମାସ୍କ ପିନ୍ଧିବା ଆବଶ୍ୟକ। ଏହା ସହିତ ବହୁବିଧ ରୋଗୀ, ଗର୍ଭବତୀ, ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ସତର୍କ ରହିବା ଉଚିତ୍‌। ଏମାନେ ସବୁବେଳେ ସତର୍କ ରହିବା ସହିତ ମାସ୍କ ପିନ୍ଧିବା ଆବଶ୍ୟକ। “ଚଳିତ ବର୍ଷ ରାଜ୍ୟର ପ୍ରଥମ କୋଭିଡ ପଜିଟିଭ ଚିହ୍ନଟ ମାମଲାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଥିବା ବେଳେ ଏହାକୁ ଅତି ଗୁରୁତ୍ୱର ଭାବରେ ନେଇଛି। କୋରୋନା ପଜିଟିଭ୍‌କୁ ନେଇ କୌଣସି ଭୟଭୀତ ନ ହେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି।

ଏବେ ଦେଶର ବିଭିନ୍ନ ସ୍ଥାନରେ ଦେଖା ଦେଉଥିବା କୋଭିଡ୍ ଭାରିଆଣ୍ଟ ରୋଗୀଙ୍କୁ ଗୁରୁତର ଅଧିକ ହେଉନାହିଁ। ତେଣୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ। ଏହାକୁ ନେଇ ଭାରତ ସରକାର କିମ୍ବା ନ୍ୟାସନାଲ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ପକ୍ଷରୁ କୌଣସି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇନାହିଁ। ସ୍ୱାସ୍ଥ୍ୟ ବିଭାଗ କୋଭିଡ୍‌କୁ ନେଇ ସମ୍ପୂର୍ଣ୍ଣ ସଜାଗ ରହିଛି। ଏଥିପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କଠାରୁ ଯାହା ନିର୍ଦ୍ଦେଶନାମା ଆସିବ ସେ ଆନୁସାରେ କାର୍ଯ୍ୟ କରାଯିବ। ଏପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ କହୁଛି, ଚଳିତ ମାସ ୧୨ ତାରିଖ ଠାରୁ ୧୯ ତାରିଖ ମଧ୍ୟରେ ସପ୍ତାହକ ମଧ୍ୟରେ ଦେଶରେ ୨୫୭ ଜଣ ସକ୍ରିୟ କୋଭିଡ୍ ରୋଗୀ ରହିଛନ୍ତି। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା,ଏହା ହେଉଛି ମହାମାରୀ ପରବର୍ତ୍ତୀ ଲହର। କୋଭିଡ୍ ଲକ୍ଷଣ ଦେଖାଦେଲେ ମେଡିସିନ୍ ଖାଇଲେ ଭଲ ହୋଇଯିବେ। ସୂଚନା ଅନୁଯାୟୀ, ଶେଷ ଥର ପାଇଁ ୨୦୨୪ ଅକ୍ଟୋବର ମାସରେ ରାଜ୍ୟରେ ଜଣେ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିଲେ। ସେହି ମାସରେ ରାଜ୍ୟରେ ମୋଟ ୩ ଜଣ ରୋଗୀ କରୋନା ପଜିଟିଭ୍‌ରେ ଆକ୍ରାନ୍ତ ହୋଇଥିଲେ। ତେବେ ଏହା ପରଠାରୁ ରାଜ୍ୟରେ ଦୈନିକ ହାରାହାରି ୨୫୦ଲୋକଙ୍କ କୋଭିଡ୍ ପରୀକ୍ଷା ହେଉଥିଲେ ମଧ୍ୟ କୌଣସି ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସି ନାହିଁ। ଯଦି ରାଜ୍ୟରେ ଅଧିକ ରୋଗୀ ଚିହ୍ନଟ ହୁଅନ୍ତି ତେବେ ଅଧିକରୁ ଅଧିକ ଟେଷ୍ଟିଂ ବଢାଯିବା ସହିତ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking