ଯାଜପୁର: ଯାଜପୁର ଜିଲ୍ଲାର ପୁରାତନ ଓ ପ୍ରମୁଖ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ, ବରିଷ୍ଠ ଶିକ୍ଷାବିତ, ସାହିତ୍ୟିକ, ‘ବ୍ୟାସନଗର ଇତିହାସ’ ପୁସ୍ତକର ରଚୟିତା ପ୍ରଫେସର ପଦ୍ମନାଭ ମଲ୍ଲଙ୍କ 85ତମ ଜୟନ୍ତୀ ପାଳିତ ହୋଇଯାଇଛି| ଏହି ଅବସରରେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ବହୁସଂଖ୍ୟକ ବୁଦ୍ଧିଜୀବୀ, ପୁରାତନ ଛାତ୍ରଛାତ୍ରୀ, ଶୁଭଛୁ ଓ ପ୍ରଶଂସକ ତାଙ୍କ ବାସଭବନରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବ୍ୟାସନଗରର ଶିକ୍ଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ସମାଜସେବାରେ ତାଙ୍କର ଅବଦାନକୁ ସ୍ମରଣକରି ତାଙ୍କୁ ବ୍ୟାସ ମାଟିର ସୁଯୋଗ୍ୟ ସନ୍ତାନ ଓ ବ୍ୟାସନଗରର ଚଳନ୍ତି ଇତିହାସ ବୋଲି ମତବ୍ୟକ୍ତ କରିଥିଲେ|
1941 ମସିହା ଅକ୍ଟୋବର 8 ତାରିଖରେ ଯାଜପୁର ଜିଲ୍ଲାର ବ୍ୟାସନଗର ସହରସ୍ଥିତ ନଟପଡା ଗ୍ରାମରେ ତାଙ୍କର ଜନ୍ମ | 1966 ମସିହା ଫେବୃଆରୀ 21 ତାରିଖରେ ଖଲିକୋଟ ସରକାରୀ ମହାବିଦ୍ୟାଳୟର ଅଧ୍ୟାପନା ବୃତ୍ତି ଆରମ୍ଭ କରିଥିଲେ ମଧ୍ୟ୍ୟ, ନିଜ ଜନ୍ମ ମାଟିର ଉଚ୍ଚଶିକ୍ଷାର ବିକାଶର ମୋହ ତାଙ୍କୁ ସେଠାରେ ବାନ୍ଧି ପାରି ନଥିଲା, ଫଳରେ ତତ୍କାଳୀନ କଲେଜ ଅଧ୍ୟକ୍ଷ, ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଡ଼କ୍ଟର ମାୟାଧର ମାନସିଂହ ଙ୍କ ବାରଣ ସତ୍ୱେ, ସରକାରୀ ଅଧ୍ୟାପକ ଚାକିରୀ ଛାଡି ଯୋଗଦିଅନ୍ତି, ନୂତନ ଭାବେ ପ୍ରତିଷ୍ଠିତ ବ୍ୟାସନଗର ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବରେ ଜୁଲାଇ 7 ତାରିଖ 1966 ମସିହାରେ| ବ୍ୟାସନଗର କଲେଜ ସମେତ ପାଞ୍ଚଟି ମହାବିଦ୍ୟାଳୟ ସୁବର୍ଣ୍ଣରେଖା ମହାବିଦ୍ୟାଳୟ,ବାଲିଆପାଳ, ଉପେନ୍ଦ୍ର ନାଥ ଶାରଦା ମହାବିଦ୍ୟାଳୟ, ମୁଗପାଳ, ବାବା ଭୈରବାନନ୍ଦ ମହାବିଦ୍ୟାଳୟ, ଚଣ୍ଡିଖୋଲ, ବିରମହାରାଜପୁର କଲେଜ, ସୋନପୁରର ଅଧ୍ୟକ୍ଷ ତଥା ଦେବଗଡ କଲେଜ, ଆନନ୍ଦପୁର କଲେଜ,ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅଧ୍ୟାପନା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି |
ଶିକ୍ଷା, ସାହିତ୍ୟ, ସଂସ୍କୃତି ଓ ସମାଜସେବାରେ ଛାତ୍ରବସ୍ଥାରୁ ଅଦ୍ୟାବଧି ପ୍ରଫେସର ପଦ୍ମନାଭ ମଲ୍ଲ ଜଣେ ନୀରବ ତପସ୍ୱୀ ଭାବେ ସାଧନାରେ ମଗ୍ନ | 1964 ମସିହାରେ ବ୍ୟାସନଗର ସହରରେ ସବୁଜ ସଙ୍ଘ, 1969 ବ୍ୟାସନଗର ସାହିତ୍ୟ ସଂସଦ, ଏ ମାଟିର ସାରସ୍ୱତ ଅସ୍ମିତା, 1970 ମସିହାରୁ ଏହାର ମୁଖପତ୍ର “ଲେଖା ” ପତ୍ରିକା ମାଧ୍ୟମରେ ପ୍ରବୀଣ ଓ ଉଦୀୟମାନ ସ୍ରଷ୍ଟାଙ୍କ ମଧ୍ୟରେ ସମନ୍ୱୟ ଆଣି ଓଡ଼ିଆ ସାହିତ୍ୟରେ ଏକ କ୍ରାନ୍ତି ଆଣିବା ସହିତ ସମଗ୍ର ଜିଲ୍ଲାରେ ଏକ ସାଂସ୍କୃତିକ ଜାଗରଣ ସୃଷ୍ଟି କରିପାରିଛନ୍ତି | ସେ ଜଣେ ଉଦାରବାଦୀ ସଫଳ ସାହିତ୍ୟ, ସଂସ୍କୃତି ସଂଗଠକ ଓ ସମାଜସେବୀ |ତାଙ୍କରି ପୃଷ୍ଠପୋଷାକତରେ ପାଣିକୋଇଲିରେ ‘ଅଭିମନ୍ୟୁ ସାହିତ୍ୟ ସଂସଦ’, ଆସିକାରେ ‘ ଖମ୍ବେଶ୍ବରୀ’, ବିରମହାରାଜପୁରରେ ‘ ନୁପୁର ‘, ଦେବଗଡ଼ରେ ‘ ଶଙ୍ଖଧ୍ୱନି ‘ ପ୍ରକାଶିତ ହୋଇ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି | ତାଙ୍କରି ପ୍ରେରଣାରେ ଯାଜପୁର ଜିଲ୍ଲାରେ ମଧ୍ୟ୍ୟ ଅନେକ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ଗଢି ଉଠିଛି |ପ୍ରଫେସର ମଲ୍ଲଙ୍କ ଲିଖିତ ପୁସ୍ତକ, ଆମ ସଂସ୍କୃତି, ବ୍ୟାସନଗର ଇତିହାସ, ଆତ୍ମଜୀବନୀ ‘ଶିକ୍ଷାବିତଙ୍କ ଖୋଲା ଡାଏରୀ’ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି |
ବ୍ୟାସନଗର ସାହିତ୍ୟ ସଂସଦ, ବ୍ୟାସନଗର ପୂଜ୍ୟପୂଜା ସଂସଦ ଓ ବ୍ୟାସନଗର ବିକାଶ ପରିଷଦ ମାଧ୍ୟମରେ ସମାଜରେ ଜ୍ଞାନୀ, ଗୁଣୀ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିବା ସହ ବ୍ୟାସନଗର ସହରର ସାମଗ୍ରିକ ବିକାଶ ପାଇଁ ତାଙ୍କର ପ୍ରଚେଷ୍ଟା ପ୍ରଶଂସନୀୟ ଓ ଅବିସ୍ମରଣୀୟ |ସେ ବ୍ୟାସନଗର ସହରର ସାହିତ୍ୟ ଓ ସାଂସ୍କୃତିକ ବିକାଶର ସ୍ୱତଃ କର୍ଣ୍ଣଧାର ଓ ବୌଦ୍ଧିକ ଅନୁଷ୍ଠାନଟିଏ |ସମସ୍ତଙ୍କୁ ଭଲ ପାଉଥିବା ପ୍ରଫେସର ମଲ୍ଲ ଏକ ସରଳ, ନିଷ୍କପଟ,ଉଦାର ଓ ସମ୍ବେଦନଶୀଳ ନିଆରା ସ୍ୱୟଂ ସମ୍ପୂର୍ଣ ମଣିଷଟିଏ | ପ୍ରଫେସର ମଲ୍ଲଙ୍କ 85 ତମ ଜନ୍ମଦିନ ଅବସରରେ ଉପନ୍ୟାସିକ ମାୟାଧର ନାୟକ, ପଣ୍ଡିତ ସୂର୍ଯ୍ୟମଣି ଖୁଣ୍ଟିଆ, ସମାଜସେବୀ ବୀରେନ୍ଦ୍ର ରାଉତ,ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟର ପ୍ରାକ୍ତନ କଲେଜ ଅଧ୍ୟକ୍ଷ ପ୍ରଫେସର ନିକୁଞ୍ଜ କିଶୋର ଧଳ, ଇନ୍ଦିରା ଗାନ୍ଧୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ନାୟକ,ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମେଜର ଡ଼କ୍ଟର ସେଖ ଅବୁ ତାହେର, ପ୍ରଫେସର ଶିବଚରଣ ମାଝୀ, ପ୍ରଫେସର ଡ଼କ୍ଟର କୁଶଚନ୍ଦ୍ର ପ୍ରଧାନ, କୋରାଇ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ମୋହନ ଚରଣ ଖୁଣ୍ଟିଆ, ପୂର୍ବତନ ପୌରାଧ୍ୟାକ୍ଷା ସବିତା ରାଉତ, କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଭବାନୀ ଶଙ୍କର ଦାସ, ଡାକ୍ତର ବିଶ୍ୱରଂଜନ ପ୍ରଧାନ, ଡାକ୍ତର ସନ୍ତୋଷ କୁମାର ସିଂ, ଡାକ୍ତର ସୁଧାଂଶୁ ଶେଖର ମହାନ୍ତି, ଡାକ୍ତର ଚିତ୍ରଲେଖା ମଲ୍ଲ, ପ୍ରସନ୍ନ କୁମାର ଜେନା,ବିନୋଦ ବିହାରୀ ସାହୁ, ପ୍ରତାପ କୁମାର ପୃଷ୍ଟି, ପରେଶ କୁମାର ଦାସ, ସାମ୍ବାଦିକ ଡ଼କ୍ଟର ଚିନ୍ତାମଣି ପାଢ଼ୀ, ସାମ୍ବାଦିକ ଅଭିମନ୍ୟୁ ମିଶ୍ର, ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ,ସାମ୍ବାଦିକ ସୁଜିତ କୁମାର ମଲ୍ଲିକ, ସାମ୍ବାଦିକ ଆଲୋକ କୁମାର ମହାନ୍ତି,ସମାଜସେବୀ ହୃଷିକେଶ ସାହୁ,ସାହିତ୍ୟିକ ମଧୁସୂଦନ ମହାପାତ୍ର,ସମାଜସେବୀ ବେଣୁଧର ସାମଲ,ଅଧ୍ୟାପକ ସନାତନ ଦାସ, ଅଧ୍ୟାପକ ଜୟନ୍ତ ନାୟକ, ସମାଜସେବୀ ବଟକୃଷ୍ଣ ମହାରଣା,ଅଧ୍ୟାପକ ଗୌରାଙ୍ଗ ଚରଣ ମଲ୍ଲିକ, ଅଧ୍ୟାପକ ଡ଼କ୍ଟର ପଦ୍ମଲୋଚନ ରାଉତ, ଅଧ୍ୟାପକ ଡ଼କ୍ଟର ଅକ୍ଷୟ କୁମାର ପଣ୍ଡା,ଅଧ୍ୟାପକ ମଳୟ କୁମାର ମଲ୍ଲିକ, ଆଡ଼ଭୋକେଟ ଚନ୍ଦ୍ରଶେଖର ପଣ୍ଡା, ଆଡ଼ଭୋକେଟ ବିବେକାନନ୍ଦ ମହାନ୍ତି, ଆଡ଼ଭୋକେଟ ବ୍ରଜକିଶୋର ପତି, ଆଡ଼ଭୋକେଟ ରବିନାରାୟଣ ରାଉତ,ଆଡ଼ଭୋକେଟ ଶୁଭଦର୍ଶୀ ମଲ୍ଲ ସମାଜସେବୀ ଜ୍ଞାନ ରଞ୍ଜନ ରାଉତଙ୍କ,ବ୍ୟଙ୍ଗ କବି ବାଇଧର ମାଝୀ, ସମାଜସେବୀ ବୃନ୍ଦାବନ ରାଉତ, କମଳ କୁମାର ବେହେରା, ସାଇଶ୍ରଦ୍ଧା ମଲ୍ଲ, ଭବାନୀ ଶଙ୍କର ମଲ୍ଲ, ମଧୁସ୍ମିତା ମଲ୍ଲଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ, ସହରବାସୀ, ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଈଶ୍ୱରଙ୍କ ନିକଟରେ ତାଙ୍କର ଦୀର୍ଘ, ନିରାମୟ ଜୀବନ କାମନା କରିବାସହ ଆମ ଅଂଚଳ ର ଶିକ୍ଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ସମାଜସେବାରେ ପ୍ରେରଣାଦାୟୀ ଅମୃତ ଯାତ୍ରା ଉତ୍ତରପିଢ଼ିର ମାର୍ଗ ଦର୍ଶନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି |










