ପୁରୀ: ୨୦୨୬ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ରଥ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ନୟାଗଡ଼ ଗଲେ ପ୍ରତିନିଧି ଦଳ। ଦଶପଲ୍ଲା ରେଞ୍ଜ ବଡ଼ମୂଳର ବଡ଼ରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କଲେ। ମଙ୍ଗଳବାର ଦିନ, ମନ୍ଦିରରେ ପୂଜା-ଅର୍ଚ୍ଚନା ପରେ, ଶହ ଶହ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ଜାରି ରଖି ଦେବୀଙ୍କ ସମ୍ମତିରେ ରଥ କାଠର ଆନୁଷ୍ଠାନିକ କଟା ଆରମ୍ଭ ହେବ।










