33.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପ୍ରିୟଙ୍କାଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ପ୍ରିୟଙ୍କାଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଡେବ୍ୟୁ ନିର୍ବାଚନକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। କେରଳର ୱାୟନାଡ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ ଠାରୁ ବିପୁଳ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ନବ୍ୟା ହରିଦାସ ଉପନିର୍ବାଚନକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉପନିର୍ବାଚନ ପାଇଁ ଭରିଥିବା ନାମାଙ୍କନ ପତ୍ରରେ ପ୍ରିୟଙ୍କା ଗାନ୍ଧୀ ନିଜର ଓ ନିଜ ପରିବାରର ସମ୍ପତ୍ତିର ତଥ୍ୟ ସଠିକ୍ ଭାବେ ଦେଇନଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନବ୍ୟା ହରିଦାସ। ହାଇକୋର୍ଟରେ ଦାଖଲ କରିଥିବା ପିଟିସନରେ ବିଜେପି ନେତ୍ରୀ ନବ୍ୟା ହରିଦାସ ଅଭିଯୋଗ କରିଛନ୍ତି ଯେ, ଉପନିର୍ବାଚନ ସମୟରେ ପ୍ରିୟଙ୍କା ନାମାଙ୍କନ ପତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି। ଏପରିକି ସେ ନିଜର ଓ ନିଜ ସମ୍ପତ୍ତିର ପ୍ରକୃତ ତଥ୍ୟ ଲୁଚାଇ ଭୁଲ ତଥ୍ୟ ଦେଇଛନ୍ତି।

ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ। ଏନେଇ ସେ ପ୍ରଥମେ ନିର୍ବାଚନ ଆୟୋଗଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ। କିନ୍ତୁ ଏନେଇ କୌଣସି ପଦକ୍ଷେପ ନିଆଗଲା ନାହିଁ। ଶେଷରେ ସେ ବାଧ୍ୟହୋଇ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ତେବେ ଡିସେମ୍ବର ୨୩ରୁ ଜାନୁଆରୀ ୫ ତାରିଖ ଯାଏଁ କୋର୍ଟ ଛୁଟି ଥିବାରୁ ଏହି ମାମଲାର ଶୁଣାଣି ଆଗାମୀ ଜାନୁଆରୀରେ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ କଂଗ୍ରେସର ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନବ୍ୟା ହରିଦାସଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ନେତ୍ରୀ କେବଳ ନିଜର ଶସ୍ତା ପ୍ରଚାର ପାଇଁ ଏଭଳି କରିଛନ୍ତି। କୋର୍ଟରେ ଏହି ପିଟିସନ ଖାରଜ ହେବା ସହ ତାଙ୍କ ଉପରେ ଜୋରିମାନା ଲାଗିବ ବୋଲି ଦୃଢ଼ୋକ୍ତି ବାଢିଛନ୍ତି ପ୍ରମୋଦ ତିୱାରୀ। ନଭେମ୍ବର ୧୩ରେ ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ଏଠାରୁ ନିଜର ପ୍ରଥମ ନିର୍ବାଚନ ଲଢ଼ି ରେକର୍ଡ ୫ ଲକ୍ଷରୁ ଅଧିକ ଭୋଟରେ ବିଜୟ ହାସଲ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking