17.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶକୋଲକାତା ବଳାତ୍କାର-ହତ୍ୟା ମାମଲାକୁ ନେଇ ମମତାଙ୍କଠାରେ ଏହି ବଡ଼ ଦାବି କଲେ ପ୍ରିୟଙ୍କା

କୋଲକାତା ବଳାତ୍କାର-ହତ୍ୟା ମାମଲାକୁ ନେଇ ମମତାଙ୍କଠାରେ ଏହି ବଡ଼ ଦାବି କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଅଗଷ୍ଟ ୯ରେ କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ପିଜି ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯାଇଥିଲା । ସେବେଠାରୁ ଏହି ପ୍ରସଙ୍ଗରେ ବିରୋଧ ବଢ଼ିବାରେ ଲାଗିଛି । ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ଗାନ୍ଧୀ ମେଡିକାଲ କର୍ମଚାରୀ ଏବଂ ଡାକ୍ତରଙ୍କ ସମର୍ଥନରେ ବାହାରିଛନ୍ତି ।

ସେ କହିଛନ୍ତି ଯେ, କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଦେଶରେ ଏକ ବଡ଼ ପ୍ରସଙ୍ଗ ଏବଂ ଏଥିପାଇଁ ଠୋସ୍ ପଦକ୍ଷେପ ଆବଶ୍ୟକ । ମୋର ନିବେଦନ ହେଉଛି ପୀଡ଼ିତାଙ୍କ ପରିବାର ଏବଂ ସାଥୀ ଡାକ୍ତରମାନେ ନ୍ୟାୟ ପାଇବା ଉଚିତ । ପ୍ରିୟଙ୍କା ଏନେଇ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଜଣେ ମହିଳା ପ୍ରଶିକ୍ଷକ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ହୃଦୟ ବିଦାରକ । ସେ କହିଛନ୍ତି, କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଦେଶରେ ଏକ ବଡ଼ ପ୍ରସଙ୍ଗ ଏବଂ ଏଥିପାଇଁ କଡ଼ା ପଦକ୍ଷେପ ଜରୁରୀ । ଏଭଳି ପରିସ୍ଥିତିରେ ମୁଁ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking