28.1 C
Bhubaneswar
Tuesday, October 15, 2024
Homeଦେଶ ବିଦେଶୱାୟନାଡରୁ ଲଢିବେ ପ୍ରିୟଙ୍କା ଗାନ୍ଧୀ

ୱାୟନାଡରୁ ଲଢିବେ ପ୍ରିୟଙ୍କା ଗାନ୍ଧୀ

ୱାୟନାଡ: ଭାରତୀୟ ନିର୍ବାଚନ କମିଶନର ଆଜି ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏଥିସହ କେରଳର ୱାୟନାଡ ଲୋକ ସଭାର ଉପ-ନିର୍ବାଚନର ତାରିଖ ମଧ୍ୟ ଘୋଷଣା ହୋଇଛି । ୨୦୨୪ ଲୋକ ସଭା ନିର୍ବାଚନବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏଠାରେ ରେକର୍ଡ ବିଜୟ ହାସଲ କରିଥିଲେ । ଏଥିସହ ସେ ରାଏବରେଲୀରୁ ମଧ୍ୟ ଜିତିଥିଲେ । ରେଜଲ୍ଟ ବାହାରିବା ପରେ ତାଙ୍କୁ ୱାୟନାଡ ଆସନ ଛାଡିବାକୁ ପଡିଥିଲା । ପରେ ଏଠାରେ ଆସନ ଖାଲି ପଡିବାରୁ ଇସି ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଉପ-ନିର୍ବାଚନରେ କଂଗ୍ରେସ ପକ୍ଷରୁ ୱାୟନାଡରୁ ପ୍ରିୟଙ୍କା ଗାନ୍ଧୀ ଲଢିବେ ।

ମୁଖ୍ୟ ନିର୍ବାଚନ କମିଶନର ରାଜବୀ କୁମାରଙ୍କ ଘୋଷଣା ଅନୁଯାୟୀ, କେରଳର ୱାୟନାଡ ଲୋକ ସଭା ଆସନରେ ଉପ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ । ଏଥିପାଇଁ ଗ୍ୟାଜେଟ ନୋଟିଫିକେସନ ୧୮ ଅକ୍ଟୋବରରେ ପ୍ରକାଶ ପାଇବ । ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଥିବା ବେଳେ ପ୍ରତ୍ୟାହାର ପାଇଁ ଅକ୍ଟୋବର ୩୦କୁ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୧୩ରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଏହାବାଦ ଦେଶର ବିଭିନ୍ନ ପ୍ରାନ୍ତରେ ଖାଲି ପଡିଥିବା ୪୭ଟି ବିଧାନସଭା ଆସନରେ ମଧ୍ୟ ଉପ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ । ମହାରାଷ୍ଟ୍ରର ଗୋଟିଏ ଲୋକ ସଭା ଆସନ ଓ ଉତ୍ତରାଖଣ୍ଡର ଗୋଟିଏ ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ । ଏହି ଆସନଗୁଡିକ ଭୋଟ ଗଣତି ସହ ରେଜଲ୍ଟ ନଭେମ୍ବର ୨୩ରେ ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking