32.1 C
Bhubaneswar
Tuesday, October 22, 2024
Homeଅପରାଧଜେଲରୁ କଏଦୀ ପଠାଉଛନ୍ତି ଧମକପୂର୍ଣ୍ଣ ଭିଡ଼ିଓ

ଜେଲରୁ କଏଦୀ ପଠାଉଛନ୍ତି ଧମକପୂର୍ଣ୍ଣ ଭିଡ଼ିଓ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଭୁବନେଶ୍ଵର ଝାରପଡ଼ା ଜେଲ। ଜେଲ ଭିତରେ ରହି ଉତ୍ପାତ କରୁଛନ୍ତି ବିଚାରାଧୀନ କଏଦୀ। ବିଚାରଧୀନ କଏଦୀଙ୍କ ଉତ୍ପାତ ଦେଖି ଲୋକ ଛାନିଆଁ । ଜେଲ ଭିତରେ ରହି ଜୀବନରୁ ମାରିଦେବାକୁ ଧମକପୂର୍ଣ୍ଣ ଭିଡ଼ିଓ ପଠାଇବା ସହ ବଟି ମାଗୁଛନ୍ତି କିଛି ଅଭିଯୁକ୍ତ । ଟଙ୍କା ନଦେଲେ ହାଣି ଦେବାକୁ ଦେଉଛନ୍ତି ଧମକ । କିଛି ଜୀବନ ବିକଳରେ ଟଙ୍କା ବି ଦେଇଛନ୍ତି। ଆଉ କିଛି ବ୍ୟବସାୟୀ ଏବେ ଏଭଳି ଭିଡିଓ ଦେଖି କୋକୁଆ ଭୟରେ ଅଛନ୍ତି । କେବଳ ବ୍ୟବସାୟୀ ନୁହେଁ ସାକ୍ଷୀଙ୍କୁ ବି ଖୋଲା ଧମକ ଦିଆଯାଉଥିବା ଅଭିଯୋଗ ଆସିଛି। ହେଲେ ମିଡ଼ିଆରେ ମୁଁହ ଖୋଲିବାକୁ ସମସ୍ତଙ୍କ ଡ଼ର । ତେବେ ଜେଲ ଭିତରକୁ ସ୍ମାର୍ଟ ଫୋନ ଆସିଲା କେମିତି? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ କରାଗଲା କେମିତି? ଏମିତି କେତେ ସ୍ମାର୍ଟ ଫୋନ ଜେଲ ଭିତରେ ରହିଛି, ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ତେବେ କ୍ରାଇମ ସିଣ୍ଡିକେଟ ପଛର ମାଷ୍ଟର ମାଇଣ୍ଡ କିଏ ? କାହିଁକି ବାରମ୍ବାର ତାଗିଦ ସତ୍ତ୍ବେ ସୁଧୁରୁନି ଜେଲ ବ୍ୟବସ୍ଥା? ଏ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking