କଟକ: କଟକ ଚୌଦ୍ୱାର ଜେଲରୁ ୨ କଏଦୀ ଚମ୍ପଟ ଘଟଣାରେ ୨ ୱାର୍ଡରଙ୍କୁ ସସପେଣ୍ଡ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୱାର୍ଡର, ଚିଫ ୱାର୍ଡର ସସପେଣ୍ଡ ହୋଇଛନ୍ତି । ଉଭୟେ କଏଦୀ ଅଲଗା ଅଲଗା ସେଲରେ ଥିଲେ । ଆଲିରେ ରଡ କାଟି ବାହାରିଥିଲେ । ବ୍ୟବହାର କରୁଥିବା କମ୍ବଳକୁ ଦଉଡି କରି ପାଚେରୀ ଡେଇଁଛନ୍ତି । କଟକ ରେଞ୍ଜ ଡିଆଇଜିଙ୍କୁ ତଦନ୍ତ ପାଇଁ ଜେଲ ବିଭାଗ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।ଗତକାଲି ରାତି ଗୋଟାଏ ପରେ ସେ ଦୁହେଁ ଜେଲର ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି । ଫେରାର ଅଭିଯୁକ୍ତ ହେଉଛନ୍ତି, ମଧୁକାନ୍ତ ଓ ରାଜା ସାହାଣୀ । ଦୁଇ ଡକାୟତ ପାଣିକୋଇଲି ପଣ୍ଡା ସୁନା ଗହଣା ଦୋକାନର ମାଲିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ । ଦୁହେଁ, ଯାଜପୁର ଜେଲରୁ ଆସିଥିଲେ । ଉଭୟେ ଜେଲରୁ ଫେରାର ହେବାକୁ ବହୁ ବାର ଚେଷ୍ଟା କରିଥିଲେ । ଗତକାଲି ରାତିରେ ଆରିରେ ଜେଲର ସେଲ କାଟି ଖସି ପଳାଇଯାଇଥିବା କୁହାଯାଉଛି ।










