23.1 C
Bhubaneswar
Monday, February 9, 2026
Homeଓଡିଶାଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟ ଖାଇଲେ ପ୍ରମୁଖ ସଚିବ

ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟ ଖାଇଲେ ପ୍ରମୁଖ ସଚିବ

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଗସ୍ତ ଅବସରରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଭଦ୍ରକ ସହରରେ ଅବସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ l ସେଠାରେ ସେ ସାଧାରଣ ଲୋକଙ୍କ ସହ ବସି ଖାଦ୍ୟ ମଧ୍ୟ ଖାଇଥିଲେ I ସୂଚନାଯୋଗ୍ୟ ଯେ ରାଧା କୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରଟି ସହରାଞ୍ଚଳର ଗରିବ ଏବଂ ଶ୍ରମିକ ବର୍ଗଙ୍କ ପାଇଁ ପୁଷ୍ଟିକର, ସୁଲଭ ଖାଦ୍ୟ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି।

ଶ୍ରୀମତୀ ପାଢୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ କେନ୍ଦ୍ରରେ ବଜାୟ ରହିଥିବା ଖାଦ୍ୟ ଗୁଣବତ୍ତା ଓ  ପରିଷ୍କାର ପରିଚ୍ଛନ୍ନତାର ଉଚ୍ଚମାନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ ରାଧା କୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଉତ୍ସର୍ଗତାକୁ ପ୍ରଶଂସା କରିଥିଲେ, କେବଳ ଖାଦ୍ୟ ସୁରକ୍ଷା ପାଇଁ ନୁହେଁ, ବରଂ ସାମୁଦାୟିକ କଲ୍ୟାଣ ଏବଂ ମହିଳା ସଶକ୍ତିକରଣ ପାଇଁ ସେମାନଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।

ମା’ମାନେ କେବଳ ପରିବାର ନୁହେଁ ବରଂ ସମଗ୍ର ସମ୍ପ୍ରଦାୟକୁ  ଖାଦ୍ୟ ଦିଅନ୍ତି ବୋଲି କହିଥିଲେ। “ଆହାର କେନ୍ଦ୍ରକୁ ଦକ୍ଷତାର ସହିତ ପରିଚାଳନା କରିବାରେ ଏହି ମହିଳାମାନଙ୍କର ଉତ୍ସର୍ଗୀକୃତ ସେବା ସହରାଞ୍ଚଳ ଶାସନରେ ସମ୍ପ୍ରଦାୟ-ନେତୃତ୍ୱାଧୀନ ପଦକ୍ଷେପର ଶକ୍ତିକୁ ପ୍ରତିଫଳିତ କରେ। ସେମାନଙ୍କର ପ୍ରତିବଦ୍ଧତା ପ୍ରକୃତରେ ପ୍ରେରଣାଦାୟକ,”  ବୋଲି ଶ୍ରୀମତୀ ପାଢୀ ମନ୍ତବ୍ୟ ଦେଇଥିଲେ। ତାଙ୍କ ଗସ୍ତ ରାଜ୍ୟ ସରକାରଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଜୀବିକାକୁ ସୁଦୃଢ଼ କରିବା ଏବଂ ଆହାର କାର୍ଯ୍ୟକ୍ରମ ଅଧୀନରେ ମର୍ଯ୍ୟାଦାପୂର୍ଣ୍ଣ, ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି।

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking