27.1 C
Bhubaneswar
Wednesday, February 4, 2026
Homeଓଡିଶାଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ

ଯାଜପୁର: ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର (ଆଇଏଏସ୍) ଆଜି ଯାଜପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଶ୍ରୀ ମିଶ୍ର ପ୍ରଥମେ ପ୍ରସ୍ତାବିତ ଗୋପାଳପୁର ହସ୍ତତନ୍ତ ଗ୍ରାମ ଏବଂ ହସ୍ତତନ୍ତ ସମବାୟ ପରିଦର୍ଶନ କରି ବୁଣାକାରମାନଙ୍କ ସ୍ଥିତି ବିଷୟରେ ତଦାରଖ କରିଥିଲେ। ଏହା ପରେ ସଠୀପୁର କମ୍ପ୍ଲେକ୍ସ, ସାଇନ୍ସ ପାର୍କ ପ୍ରକଳ୍ପ ବୁଲି ଦେଖିଥିଲେ ଏବଂ ପର୍ଯ୍ୟଟନ ଦୃଷ୍ଟିରୁ ଏହାର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ଚାନ୍ଦମା ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଏବଂ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ପରିଦର୍ଶନ କରିଥିଲେ। ଦାନଗଦି ଓ ସୁକିନ୍ଦା ଅଞ୍ଚଳରେ କିଡନୀ ରୋଗୀଙ୍କ ପାଇଁ ପ୍ରସ୍ତାବିତ ଡାୟଲିସିସ କେନ୍ଦ୍ର ଏବଂ କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଆ ଗୃହ ଓ ଏନଆରସି କେନ୍ଦ୍ର ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ଓଡ଼ିଶାର ୧୩ ଟି ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ ମଧ୍ୟରୁ ଅନ୍ୟତମ ମାଙ୍କିଡ଼ିଆ ଜନଜାତି ଗୋଷ୍ଠୀଙ୍କ ସହ ଆଲୋଚନା କରି ବିଭିନ୍ନ କଥା ପଚାରି ବୁଝିଥିଲେ। କ୍ଷେତ୍ର ପରିଦର୍ଶନ ସରିବା ପରେ ବ୍ୟାସନଗର ସ୍ଥିତ ଟାଉନ୍ ହଲରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ପ୍ରମୁଖ ଶାସନ ସଚିବ ଶ୍ରୀ ମିଶ୍ରଙ୍କ ସହ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଟିର ନାଏକ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦ,, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଏବଂ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସମୀକ୍ଷା ବୈଠକରେ ଶ୍ରୀ ମିଶ୍ର କହିଥିଲେ ଯେ ଓଡ଼ିଶା ଏବେ ବିକାଶ ପଥରେ ଆଗେଇ ଚାଲିଛି, ଯେଉଁଥିରେ ଯାଜପୁର ଭଳି ଐତିହ୍ୟ ସମୃଦ୍ଧ ଜିଲ୍ଲାର ମଧ୍ୟ ଏକ ବଡ଼ ଯୋଗଦାନ ରହିଛି। ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଯାଜପୁରର ବୌଦ୍ଧକୀର୍ତ୍ତି ଏବଂ ପର୍ଯ୍ୟଟନ ଉପରେ ଗୁରୁତ୍ବ ଦେଇଥିଲେ। ଏହାସହ ସମାଜର ସବୁଠୁ ଦୁର୍ବଳ ଶ୍ରେଣୀ ନିକଟରେ ଯେମିତି ସରକାରୀ ଯୋଜନା ଏବଂ ସୁବିଧା ପହଞ୍ଚି ପାରିବ, ସେ ଦିଗରେ ସମସ୍ତେ ମିଳିତ ପ୍ରୟାସ କରିବା ପାଇଁ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରମୁଖ ଶାସନ ସଚିବ ଶ୍ରୀ ମିଶ୍ରଙ୍କ ଦିଗଦର୍ଶନ ଅନୁଯାୟୀ ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ସୁଚାରୁ ରୂପେ କାର୍ଯ୍ୟକ୍ଷମ କରିବା ସହ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଥିଲେ। କାର୍ଯ୍ୟକ୍ରମ ଶେଷରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking