18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକ୍ଲର୍କଙ୍କୁ ଜୋତାରେ ପିଟିଲେ ପ୍ରିନ୍ସିପାଲ, ଭିଡିଓ ଭାଇରାଲ

କ୍ଲର୍କଙ୍କୁ ଜୋତାରେ ପିଟିଲେ ପ୍ରିନ୍ସିପାଲ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସ୍ ଜିଲ୍ଲାର ଏକ ବିଦ୍ୟାଳୟ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ବିଦ୍ୟାଳୟର ପ୍ରିନ୍ସିପଲ ମାତ୍ର ୫ ମିନିଟ ବିଳମ୍ବରେ ଆସିଥିବା କ୍ଲର୍କଙ୍କୁ ଜୋତାରେ ପିଟୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଉପସ୍ଥାନ ରେଜିଷ୍ଟରରେ ଦସ୍ତଖତକୁ ନେଇ ପ୍ରିନ୍ସିପଲ ଏବଂ କ୍ଳର୍କଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାପରେ ପ୍ରିନ୍ସିପଲ କ୍ରୋଧରେ କ୍ଲର୍କଙ୍କୁ ଜୋତାରେ ପିଟିବା ଆରମ୍ଭ କଲିଥିଲେ। ଏହା ସହିତ ସେ କ୍ଲର୍କଙ୍କୁ ବିଧା ଗୋଇଠା ମଧ୍ୟ ମାରିବା ଆରମ୍ଭ କରିଥିଲେ।

 ଦୁହିଁଙ୍କ ମଧ୍ୟରେ ଝଗଡା ଦେଖି ବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ମଧ୍ୟ ସେଠାରେ ପହଞ୍ଚି ଦୁହିଁଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାଟି ବିଦ୍ୟାଳୟରେ ସ୍ଥାପିତ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଏହି ଘଟଣା ମୁରସାନ୍ କୋଟୱାଲୀ ଅଞ୍ଚଳରେ ଅବସ୍ଥିତ ଜିଏସ୍ ସ୍କୁଲର ବୋଲି କୁହାଯାଉଛି। ନୈନ କମଲ ଅଗ୍ରୱାଲଙ୍କୁ ଏହି ବିଦ୍ୟାଳୟରେ କ୍ଳର୍କ ଭାବରେ ପୋଷ୍ଟିଂ କରାଯାଇଛି। ସ୍କୁଲ ପ୍ରିନ୍ସିପଲଙ୍କ ସହ ତାଙ୍କର ପୂର୍ବରୁ ମଧ୍ୟ ବିବାଦ ରହିଥିବା କୁହାଯାଉଛି। ଅକ୍ଟୋବର ୨୬ରେ, ଯେତେବେଳେ କ୍ଲର୍କ ଅଗ୍ରୱାଲ ୫ ମିନିଟ ବିଳମ୍ବରେ ବିଦ୍ୟାଳୟରେ ପହଞ୍ଚିଥିଲେ, ସ୍କୁଲ ପ୍ରିନ୍ସପାଲ କୈଲାଶ ଚାନ୍ଦ ତାଙ୍କୁ ଉପସ୍ଥାନ ରେଜିଷ୍ଟରରେ ଅନୁପସ୍ଥିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking