23.1 C
Bhubaneswar
Monday, February 2, 2026
Homeଅପରାଧପ୍ରିନ୍ସପାଲ୍‌ଙ୍କୁ ପ୍ରେମ ନିଶା; ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଗିରଫ

ପ୍ରିନ୍ସପାଲ୍‌ଙ୍କୁ ପ୍ରେମ ନିଶା; ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଗିରଫ

ବୋଲଗଡ଼: ଜଣେ ଅଧ୍ୟାପିକାଙ୍କୁ ମେସେଜ ମାଧ୍ୟମରେ ପ୍ରେମ ନିବେଦନ କରିବା, ବାରମ୍ବାର ଖରାପ ଭାଷାରେ ମେସେଜ କରିବା ଓ ଏସବୁ ବିଷୟରେ କାହାକୁ କହିଲେ ଚାକିରିରୁ ବାହାର କରିଦେବାକୁ ଚେତାବନୀ ଦେବା ଅଭିଯୋଗରେ ପୁଲିସ ବୁଧବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସଦର ମୁଖ୍ୟାଳୟସ୍ଥ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟପଟେ ଜାମିନ ନାମଞ୍ଜୁର ହେବାରୁ ଅଧ୍ୟକ୍ଷଙ୍କୁ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି ସ୍ନିଗ୍ଧାମୟୀ ବରାଳ ସୂଚନା ଦେଇଛନ୍ତି। ଅଧ୍ୟାପିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରି ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଦେଇଥିବା ଏଫ୍‌ଆଇଆରରେ ଉଲ୍ଲେଖ କରିଥିଲେ ଯେ ନଭେମ୍ବର ମାସ ୨୨ ତାରିଖରେ ଝିଅ କଲେଜରୁ ଫେରିବା ପରେ ଘରେ ଚୁପ୍‌ଚାପ୍ ବସିଥିଲା। ସେ ଓ ତାଙ୍କ ପତ୍ନୀ ପଚାରିବାରେ ଝିଅ କହିଥିଲା ଯେ କଲେଜ ଅଧ୍ୟକ୍ଷ ତାଙ୍କୁ ଖରାପ ଭାଷାରେ ମେସେଜ କରି ହଇରାଣ କରୁଛନ୍ତି।

ଏହା ଶୁଣି ଆମେ ଝିଅକୁ ବୁଝାସୁଝା କରିଥିଲୁ। କିନ୍ତୁ ଅଧ୍ୟକ୍ଷଙ୍କର ମେସେଜ ପଠାଇବା ବନ୍ଦ ହୋଇନଥିଲା। ସେ ମେସେଜ ପଠାଇ ଝିଅକୁ ପ୍ରେମ ନିବେଦନ କରିଥିଲେ। ଫଳରେ ଝିଅ ମାନସିକ ଭାରସାମ୍ୟ ହରାଇଥିଲା ଓ ଚାକିରି ଛାଡ଼ି ଦେବ ବୋଲି କହିଥିଲା। ତା’ଠାରୁ ଏ କଥା ଶୁଣିବା ପରେ ଆମେ ତା’ ମୋବାଇଲ ନେଇ ଅଧ୍ୟକ୍ଷ ପଠାଇଥିବା ମେସେଜଗୁଡ଼ିକୁ ଦେଖିଥିଲୁ। ଅଧ୍ୟାପିକାଙ୍କ ବାପା ଆହୁରି ଲେଖିଥିଲେ, ଅଧ୍ୟକ୍ଷ ମୋ ଝିଅକୁ ଧମକ ଦେଇଥିଲେ। ସେ ମୋବାଇଲ୍‌ରେ ମେସେଜ ପଠାଉଥିବା କଥା କାହାକୁ କହିଲେ ଝିଅକୁ ଚାକିରିରୁ ବାହାର କରିଦେବାକୁ ଓ ତା’ ଜୀବନକୁ ବରବଦା କରିଦେବାକୁ ଧମକ ଦେଇଥିଲେ। ତେଣୁ ଝିଅ ତା’ ସମ୍ମାନ ଓ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଆମକୁ ଆରମ୍ଭରୁ କିଛି କହି ନଥିଲା। ଅଧ୍ୟାପିକା ଝିଅଠାରୁ ସବୁ କଥା ଶୁଣିବା ପରେ ଓ ଅଧ୍ୟକ୍ଷ ପଠାଇଥିବା ମେସେଜଗୁଡ଼ିକୁ ପଢ଼ିବା ପରେ ବାପା ମଙ୍ଗଳବାର ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ଏଫଆଇଆର ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ କେସ ନଂ ୩୧୦/୨୫ରେ ମାମଲା ରୁଜୁ କରି ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking