ନୂଆଦିଲ୍ଲୀ: ଆଜି ଭାରତ ରତ୍ନ ଏବଂ ଆଇରନ ମ୍ୟାନ୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୭୫ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ତାଙ୍କଠାରୁ ପ୍ରେରଣା ନେବାକୁ ପରାମର୍ଶ ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ପ୍ରଧାମନ୍ତ୍ରୀ ମୋଦୀ ଲେଖିଛନ୍ତିି ଯେ ସର୍ଦ୍ଦାର ପଟେଲ ଦେଶବାସୀଙ୍କ ମଧ୍ୟରେ ଜାଗ୍ରତ କରିଥିବା ଜାତୀୟ ଏକତାର ଭାବନା ଏକ ବିକଶିତ ଭାରତ ପାଇଁ ଶକ୍ିର ଉତ୍ସ । ରାଷ୍ଟ୍ର ନିର୍ମାଣରେ ତାଙ୍କର ଅତୁଳନୀୟ ଭୂମିକା ଏକ ଶକ୍ତିଶାଳୀ ଭାରତ ପାଇଁ ପଥପ୍ରଦର୍ଶକ । ପ୍ରଧାନମନ୍ତ୍ରୀ ଲୌହ ପୁରୁଷ ଭାବରେ ତାଙ୍କୁ ସ୍ମରଣ କରି ଆହୁରି ଲେଖିଛନ୍ତି ଯେ ସେ ଦେଶକୁ ଏକତ୍ର କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ଏକ ଅବିଭକ୍ତ ଏବଂ ଶକ୍ତିଶାଳୀ ଭାରତ ଗଠନରେ ତାଙ୍କର ଅତୁଳନୀୟ ଅବଦାନକୁ ଦେଶ କେବେ ଭୁଲିପାରିବ ନାହିଁ ।
भारत रत्न सरदार पटेल की 75वीं पुण्यतिथि आत्मनिर्भर भारत के लिए प्रेरणा लेने का भी एक विशेष अवसर है। उन्होंने देशवासियों में राष्ट्रीय एकता की जो भावना भरी, वो ‘विकसित भारत’ के लिए ऊर्जा का स्रोत है। राष्ट्र निर्माण में उनकी अद्वितीय भूमिका सशक्त और सामर्थ्यवान भारत के लिए… https://t.co/kJlulprPry
— Narendra Modi (@narendramodi) December 15, 2025










