30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକଂଗ୍ରେସ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ସଂଗୀନ ଅଭିଯୋଗ; ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରୁ ଆସିଛି ୭୦୦...

କଂଗ୍ରେସ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ସଂଗୀନ ଅଭିଯୋଗ; ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରୁ ଆସିଛି ୭୦୦ କୋଟି

ମୁମ୍ବାଇ: ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ରାଜନୈତିକ ଦଳଗୁଡ଼ିକ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ତେବେ ବିଜେପି ପାଇଁ ଷ୍ଟାର କ୍ୟାମ୍ପେନର ସାଜିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ମହାରାଷ୍ଟ୍ର ଗସ୍ତରେ ରହି ଦଳ ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହିକ୍ରମେ ଶନିବାର ପ୍ରଧାନମନ୍ତ୍ରୀ ମୋଦୀ, ପୁଣିଥରେ ବିରୋଧୀ ମହାବିକାଶ ଅଘାଡି ମେଣ୍ଟ (ଶିବସେନା (ଉଦ୍ଧବ ଗୋଷ୍ଠୀ)-କଂଗ୍ରେସ-ଏନ୍‌ସିପି)କୁ ତୀବ୍ର ସମାଲୋଚନା କରିବା ଦେଖିବାକୁ ମିଳିଛି।

ଶନିବାର ଅକୋଲା ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୋଦୀ ମହାରାଷ୍ଟ୍ରବାସୀଙ୍କୁ ବିପକ୍ଷ ମହାବିକାଶ ଅଘାଡି ମେଣ୍ଟ ପ୍ରତି ସତର୍କ ରହିବାକୁ କହିଛନ୍ତି।ଏହି ପରିପ୍ରେକ୍ଷୀରେ ମୋଦୀ, ବିରୋଧୀ ଦଳ କଂଗ୍ରେସ ବିରୋଧରେ ଏକ ସଂଗୀନ ଅଭିଯୋଗ ମଧ୍ୟ କରିଛନ୍ତି। ମୋଦୀଙ୍କ କହିବାନୁସାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ କେରଳ ଏବଂ କର୍ଣ୍ଣାଟକରୁ ଟଙ୍କା ସଂଗ୍ରହ କରୁଛି।

ଏହି ସଭାରେ ମୋଦୀ, ଉପସ୍ଥିତ ଜନସାଧାରଣଙ୍କୁ ମହାବିକାଶ ଅଘାଡିର ପ୍ରକୃତ ଅର୍ଥକୁ ବୁଝାଇଛନ୍ତି। ମୋଦୀଙ୍କ ଅନୁସାରେ ମହାଅଘାଡି ଅର୍ଥ ମହାଦୁର୍ନୀତିର ଗନ୍ତାଘର। ତେବେ ଶାସକ ମହାୟୁତି ମେଣ୍ଟ (ବିଜେପି-ଶିବସେନା (ଶିନ୍ଦେ ଗୋଷ୍ଠୀ-ଏନ୍‌ସିପି (ଅଜିତ ପୱାର ଗୋଷ୍ଠୀ)ଙ୍କୁ ନେଇ ଗଠିତ) ନିଜ ନିର୍ବାଚନୀ ଇସ୍ତାହାର ଜରିଆରେ ବିରୋଧୀ ମେଣ୍ଟ ମହାବିକାଶ ଅଘାଡିର ସମ୍ପୂର୍ଣ୍ଣ କଳାଚିଠାକୁ ଖୋଲିଦେଇଛି। ବିରୋଧୀ ମେଣ୍ଟ ଯେତେବେଳେ କ୍ଷମତାରେ ଥିଲା ସେତେବେଳେ ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ୍ ହୋଇସାରିଛି। ଟୋକନ୍ ମନି ଟ୍ରାନ୍ସଫର ପୋଷ୍ଟିଂର କାରବାରରେ ଏହା ଲିପ୍ତଥିବା ଜଣାପଡ଼ିସାରିଛି। ମୋଦୀଙ୍କ ଅନୁସାରେ ମହାରାଷ୍ଟ୍ରର ପ୍ରତ୍ୟେକ ମହିଳା କଂଗ୍ରେସ ପ୍ରତି ସତର୍କ ରହିବା ଉଚିତ୍‌। କାରଣ ଏହି ଦଳ କଦାପି ମହିଳା ସଶକ୍ତିକରଣକୁ ସହ୍ୟ କରିପାରୁନାହିଁ। ମହାରାଷ୍ଟ୍ରରେ ଏବେ କଂଗ୍ରେସ ଏବଂ ଅଘାଡି କର୍ମୀମାନେ ମହିଳାଙ୍କ ପ୍ରତି କରୁଥିବା ବ୍ୟବହାର ଏସବୁର ବଡ଼ ପ୍ରମାଣ। ମହିଳାଙ୍କ ପ୍ରତି ଯେଉଁ ପ୍ରକାରର ଅପମାନଜନକ ଭାଷା ବ୍ୟବହାର କରାଯାଉଛି ତାହାକୁ ମହାରାଷ୍ଟ୍ରର କୌଣସି ମା’ ଏବଂ ଭଉଣୀ କ୍ଷମା କରିପାରିବେ ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯେଉଁଠାରେ କଂଗ୍ରେସ ସରକାର ଗଠନ ହୁଏ, ସେହି ରାଜ୍ୟ କଂଗ୍ରେସର ରାଜ ପରିବାରର ଏଟିଏମ ହୋଇଯାଏ। ଆଜିକାଲି ହିମାଚଳ, ତେଲେଙ୍ଗାନା ଏବଂ କର୍ଣ୍ଣାଟକ ଭଳି ରାଜ୍ୟ କଂଗ୍ରେସର ରାଜପରିବାରର ଏଟିଏମରେ ପରିଣତ ହୋଇଛନ୍ତି। ଏବେ ମହାରାଷ୍ଟ୍ରରେ ନିର୍ବାଚନ ନାମରେ କର୍ଣ୍ଣାଟକର ଟଙ୍କା ଆଦାୟ ଦ୍ୱିଗୁଣିତ ହୋଇଛି। ଅଭିଯୋଗ ହୋଇଛି ଯେ, କଂଗ୍ରେସ କର୍ଣ୍ଣାଟକର ମଦ ଦୋକାନୀମାନଙ୍କଠାରୁ ୭୦୦କୋଟି ଟଙ୍କା ଆଦାୟ କରିଛି। ଏନେଇ ଆମକୁ ମହାରାଷ୍ଟ୍ରରେ ସତର୍କ ରହିବା ଆବଶ୍ୟକ। ପ୍ରକାଶ, ଦିନକ ପୂର୍ବରୁ ମୋଦୀ ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ମହାବିକାଶ ଅଘାଡିକୁ ଚକ ନ ଥିବା ଗାଡି ବୋଲି କହିଥିଲେ। ଦଳର ଡ୍ରାଇଭର ସିଟ୍‌ରେ ବସିବା ପାଇଁ ନିଜ ନିଜ ମଧ୍ୟରେ ଲଢ଼େଇ ଜାରି ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking