25.1 C
Bhubaneswar
Friday, February 27, 2026
Homeଦେଶ ବିଦେଶ୨୮ ଫେବୃଆରୀରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

୨୮ ଫେବୃଆରୀରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀରେ ରାଜସ୍ଥାନର ଆଜମେର ଗସ୍ତ କରିବେ । ଦିନ ପ୍ରାୟ ୧୧:୩୦ ସମୟରେ ପ୍ରଧାନମନ୍ତ୍ରୀ ୧୬,୬୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ, ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ଅବସରରେ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହି ପ୍ରକଳ୍ପଗୁଡିକ ସହରାଞ୍ଚଳ ବିକାଶ, ପାନୀୟ ଜଳ ଯୋଗାଣ, ସଡକ, ଜଳସେଚନ, ଶକ୍ତି, ଶିଳ୍ପ ଭିତ୍ତିଭୂମି ସମେତ ପ୍ରମୁଖ କ୍ଷେତ୍ରଗୁଡିକୁ ବ୍ୟାପିଛି । ପ୍ରତିରୋଧକ ସ୍ୱାସ୍ଥ୍ୟସେବା ସୁଦୃଢ଼ କରିବା ଏବଂ ମହିଳାମାନଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ୧୪ ବର୍ଷୀୟ ଝିଅମାନଙ୍କ ନିମନ୍ତେ ମାନବ ପାପିଲୋମାଭାଇରସ୍ (ଏଚ୍ପିଭି) ଟୀକାକରଣ ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବେ । ଏହି ପଦକ୍ଷେପର ଲକ୍ଷ୍ୟ ଗର୍ଭାଶୟ କର୍କଟ ରୋଗକୁ ରୋକିବା, ଯାହା ମହିଳାମାନଙ୍କ ମଧ୍ୟରେ କର୍କଟ ସମ୍ପର୍କିତ ରୋଗର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ଏବଂ ସାରା ଦେଶରେ ଝିଅ ତଥା ମହିଳାମାନଙ୍କ ଦୀର୍ଘକାଳୀନ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ସଡକ ସଂଯୋଗୀକରଣକୁ ପ୍ରୋତ୍ସାହନ ପ୍ରଦାନ କରି ପ୍ରଧାନମନ୍ତ୍ରୀ, ବିଭିନ୍ନ ଜାତୀୟ ରାଜମାର୍ଗ ପ୍ରକଳ୍ପର ଉଦ୍ଘାଟନ କରିବେ । ସେଗୁଡିକ ମଧ୍ୟରେ ବାନ୍ଦିକୁଇରୁ ଜୟପୁର ପର୍ଯ୍ୟନ୍ତ ୪-ଲେନ୍ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ, ଅମୃତସର-ଜାମନଗର ଅର୍ଥନୈତିକ କରିଡରର ୭ତମ ପ୍ୟାପେଜରେ ୬-ଲେନ ପ୍ରବେଶ ନିୟନ୍ତୟିତ ସବୁଜ ରାଜପଥ ଏବଂ ଦିଲ୍ଲୀ-ବଡୋଦରା ପ୍ରବେଶ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ଏକ୍ସପ୍ରେସ୍ୱେ୍ ୧୪ତମ ପ୍ୟାକେଜରେ ୮-ଲେନ୍ କ୍ୟାରେଜୱେ ଇତ୍ୟାଦି ରହିଛି । ସେ ଯୋଧପୁର ସହରରେ ୪-ଲେନ୍ ଏଲିଭେଟେଡ୍ ରୋଡ ଏବଂ ବାରନ୍ ଜିଲ୍ଲାରେ ମାଲବମୋରୀ-ମଙ୍ଗରୋଲ-ବାରନ୍ ରାଜ୍ୟ ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ସମସ୍ତଙ୍କ ପାଇଁ ନିରାପଦ ଏବଂ ସ୍ୱଚ୍ଛ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନୋନେରା ପ୍ରମୁଖ ପାନୀୟ ଜଳ ପ୍ରକଳପର ଚାରୋଟି ପ୍ୟାକେଜ୍ ଏବଂ ପରୱାନ୍ ଆକାୱାଡ ପ୍ରମୁଖ ପାନୀୟ ଜଳ ପ୍ରକଳ୍ପର ୫ଟି ପ୍ୟାକେଜ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରାଜସ୍ଥାନରେ ନବୀକରଣୀୟ ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଉତ୍ପାଦନ ହବ୍ରୁ ନିର୍ବିଘ୍ନ ପରିବହନ ସୁନିଶ୍ଚିତ କରିବା ପାଇଁ, ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ନବୀକରଣୀୟ ଶକ୍ତି କ୍ଷେତ୍ରରେ (ଆର୍ଇଜେଡ୍) ର ବିଦ୍ୟୁତ ନିଷ୍କାସନ ପାଇଁ ପରିବହନ ପ୍ରଣାଳୀର ଉଦ୍ଘାଟନ କରିବେ । ସେ ପାଞ୍ଚଟି ୨୨୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ ଏବଂ ଦୁଇଟି ୪୦୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ ସହିତ ସମ୍ପୃକ୍ତ ପରିବହନ ଲାଇନ୍ର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ନିଯୁକ୍ତି ସୃଷ୍ଟି ଏବଂ ଯୁବ ସଶକ୍ତିକରଣ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକଯୁବତୀଙ୍କୁ ୨୧,୮୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking