30.1 C
Bhubaneswar
Friday, May 9, 2025
Homeଓଡିଶାଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଡିଜିପି ସମ୍ମିଳନୀରୁ ବାହାରିଗଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ଦିନ ଧରି ଡିଜିପି ସମ୍ମିଳନୀରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ରାଜଧାନୀ ଭୁବନେଶ୍ୱରରେ ୩ ଦିନ ଧରି ଚାଲିଥିବା ଡିଜିପି ସମ୍ମିଳନୀ । ଆଜି ଶେଷ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଓ ଏନଏସଏ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଡିଜିପି ସମ୍ମିଳନୀ ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିଲା । ଏଥିରେ ସମସ୍ତପ୍ରକାର ବନ୍ଦୋବସ୍ତ ହୋଇଥିଲା । ଏବଂ ୭୦ ଫୋର୍ସ କାଟୁନ ପୋଲିସ ସୁରକ୍ଷା ପାଇଁ ନିଯୋଜିତ କରାଯାଇଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କାର୍ଯ୍ୟାଳୟକୁ ଯାଇ ୨ ଘଣ୍ଟା ରୁ ଅଧିକ ସମୟ ରହିଥିଲେ ଏବଂ ସମସ୍ତ ବିଜେପି ନେତାଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେଇଥିଲେ । ଏହି ପରିପେକ୍ଷୀରେ ଲୋକସଭା ଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିଛନ୍ତି ମୋଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking