14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଗଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ୮ ଦିନରେ  ୫ ଦେଶ ଗସ୍ତ  କରିବେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଏହି ଗସ୍ତରେ ମୋଦୀ ଘାନା, ତ୍ରିନିନାଦ ଓ ଟୋବାଗୋ , ଆର୍ଜେଣ୍ଟିନା , ବ୍ରାଜିଲ  ଏ ନାମିବିଆକୁ  ଯିବେ ।  ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ରାଜିଲରେ ଅନୁଷ୍ଠିତ ହେବାକୁ  ଥିବା ୧୭ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦାନ କରିବା ଏବଂ ବିଶ୍ୱର ଗୁରୁତ୍ୱପୂଣ୍ଣ ଦକ୍ଷିଣ ଦେଶମାନଙ୍କ ସହ  ଭାରତର ସମ୍ପର୍କକୁ ଆହୁରି ଦୃଢ କରିବା ।  ଆଜି ଓ ଆସନ୍ତାକାଲି ମୋଦୀ ଘାନା ଗସ୍ତ କରିବେ । ଯେଉଁଠାରେ ଘାନା ସଂସଦରେ ଭାଷଣ ଦେବେ ପ୍ରଧାନମନ୍ତ୍ରୀ ଏବଂ ପ୍ରାୟ ୧୫ ହଜାର ପ୍ରବାସୀ ଭାରତୀୟ ମୋଦୀଙ୍କୁ ଅଭିନନ୍ଦନ ଜଣାଇବେ ।  ଜୁଲାଇ ୩ରୁ ୪ରେ ତ୍ରିନିନାଦ ଓ ଟୋବୋଗୋ ଗସ୍ତରେ ଯିବେ  ମୋଦୀ ।  ଜୁଲାଇ ୪ ଓ ୫ରେ  ଆର୍ଜେଣ୍ଟିନା ରାଷ୍ଟ୍ରପତି  ଜାଭିଏର ମିଲେଇଙ୍କ ସହ  ବୈଠକ କରିବେ ।  ଏହି ଗସ୍ତରେ ବାଣିଜ୍ୟ ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ  ସହେଯାଗ ବୃଦ୍ଧି ପାଇଁ  ଆଲୋଚନା  ହେବା ପରେ  ଜୁଲାଇ ୫ ଓ ୮ ତାରିଖରେ  ମୋଦି ବ୍ରାଜିଲ ରିଓ ଡି ଜାନେଇରେରେ  ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ ।   ଜୁଲାଇ ୬ ଓ ୭ରେ   ବ୍ରାଜିଲ ରାଷ୍ଟ୍ରପତି  ଲରବକ୍ସ ଇନାସିଓ  ଲୁଲା  ଡା ସିଲଭାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ।  ପ୍ରଧାନମନ୍ତ୍ରୀ ।  ଜୁଲାଇ ୮ ଓ ୯ ତାରିଖରେ  ମୋଦୀଙ୍କର ପ୍ରଥମ ନାମିବିଆ ଗସ୍ତ , ଯେଉଁଠାରେ ମୋଦୀ ସଂସଦରେ ଭାଷଣ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking