31.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଜାପାନରେ ପ୍ରଧାନମନ୍ତ୍ରୀ ମୋଦି

ଜାପାନରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଜାପାନର ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଧନା କରାଯାଇଛି । ବିଶ୍ୱର ଏକ ବ୍ରାଣ୍ଡ କହି ମୋଦିଙ୍କୁ ପ୍ରଶଂସା କରିଛନ୍ତି ପ୍ରବାସୀ । ମୋଦିଙ୍କ ପାଇଁ ବିଶ୍ୱରେ ଭାରତୀୟଙ୍କ ପରିଚୟ ବଦଳିଯାଇଛି । ୧୫ ତମ ଭାରତ- ଜାପାନ ଶିଖର ବୈଠକରେ ଯୋଗଦେବେ ମୋଦି । ପ୍ରଧାନମନ୍ତ୍ରୀ ହେବା ଠାରୁ ମୋଦିଙ୍କର ଏହା ଅଷ୍ଟମ ଜାପାନ ଗସ୍ତ ।ତାଙ୍କ ଗସ୍ତର ପ୍ରଥମ ଦିନରେ ହେବାକୁ ଥିବା ଆଲୋଚନାରେ, ଜାପାନ ଭାରତରେ ଏହାର ନିବେଶ ଲକ୍ଷ୍ୟକୁ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦେବ ଏବଂ ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟ ପକ୍ଷ ଅନେକ ଚୁକ୍ତି ସ୍ୱାକ୍ଷର କରିବାର ସମ୍ଭାବନା ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking