ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ । ଏୟାରପୋର୍ଟରୁ ଜନତା ମୈଦାନକୁ ଆସିବେ ମୋଦି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ନେତୃବୃନ୍ଦ ମୋଦିଙ୍କ ସ୍ୱାଗତ ପାଇଁ ଅଛନ୍ତି । ମୋଦିଙ୍କୁ ଦେଖିବାକୁ ଭୁବନେଶ୍ୱରରେ ପ୍ରବଳ ଭିଡ ଜମିଛି । ଜନତା ମୈଦାନରେ ପହଞ୍ଚି ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ହେବେ ସାମିଲ । ପ୍ରାୟ ୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ୨୭୦୦ ଟଙ୍କାର ରେଳ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ନରାଜରେ ନିର୍ମିତ ୫୦ କୋଟି ଟଙ୍କାର ଇଭି ବସ ଡିପୋ ଉଦଘାଟନ କରିବେ । ୧୦୦ଟି ନୂଆ ଇଭି ବସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ା ଅପରାହ୍ମ ୫ଟା ୫୦ରେ ନୂଆଦିଲ୍ଲୀ ଅଭିମୁଖେ ଯିବେ ମୋଦୀ । ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବେ ।










