17.1 C
Bhubaneswar
Wednesday, February 4, 2026
Homeଓଡିଶାଦୁଇ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ମହାସଂଘ

ଦୁଇ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ମହାସଂଘ

ଯାଜପୁର: ଦାବି ପୂରଣ କର ସରକାର ନହେଲେ ଆନ୍ଦୋଳନକୁ ଓହ୍ଲାଇବୁ ଡାକରା ଦେଇଛି ପ୍ରାଥମିକ ଶିକ୍ଷକ ମହାସଂଘ l ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କର ଦୁଇଟି ମୂଳ ସମସ୍ୟାର ସମାଧାନ କରିବାକୁ ଦାବି l ଦାବି ଗୁଡିକ ମଧ୍ୟରେ ରହିଛି ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀଙ୍କୁ ଅପଗ୍ରେଡ଼ କରି ଲେବୁଲ ନ ଅନୁଯାଇ ମୂଳ ବେତନ ୩୫୪୦୦ ଟଙ୍କା ପ୍ରଦାନ କରିବା, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଛେଦ କରି ୨୦୦୧ ମସିହା ଠାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା ସହିତ ନେଶନାଲ ଇଂକ୍ରିମେଣ୍ଟ ପ୍ରଦାନ କରିବାl ଏହି ଦାବିଗୁଡିକ ଆଗାମୀ ୨ ତାରିଖ ମଧ୍ୟରେ ପୂରଣ ନ ହେଲେ ୫ ତାରିଖ ଶୁକ୍ରବାର ଠାରୁ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସୁକିନ୍ଦା ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଜରିଆରେ ସରକାରଙ୍କୁ ଜଣାଇଛନ୍ତିl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking