ଭୁବନେଶ୍ୱର: ଆଜି ପୁଣି ବିଧାନସଭା ଆଗରେ ପ୍ରାଥମିକ ଶିକ୍ଷକ ଗର୍ଜନ କରିଛନ୍ତି । ହଜାର ହଜାର ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଏକାଠି ହୋଇଛନ୍ତି । ଦୁଇ ଦଫା ଦାବି ନେଇ ଆନ୍ଦୋଶନକୁ ଓହ୍ଲାଇଛନ୍ତି । ପ୍ରାଥମିକ ଶିକ୍ଷକଙ୍କର ମୂଳ ପଦବୀକୁ ଅପଗ୍ରେଡ କରବାକୁ ଦାବି କରିଛନ୍ତି । ମୂଳ ପଦବୀ ଅପଡେଟ କରି ଲେବଲ ୯ ଅନୁଯାୟୀ, ମୂଳ ବେତନ ୩୫ ହଜାର ୪ଶହ ଟଙ୍କା ପ୍ରଦାନ ଏବଂ ଦ୍ୱିତାୟ ଦାବି ସେମାନଙ୍କର ରହିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରସ୍ଥା ଉଚ୍ଛେଦ କରି ୨୦୦୧ ମସିହାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କର ଠିକାକାର୍ଯ୍ୟ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା ସହିତ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା , ଏବଂ ରାଜ୍ୟରେ କାର୍ଯ୍ୟରତ ୧ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ , ଶିକ୍ଷୟିତ୍ରୀ ଦୀର୍ଘ ଦିନରୁ ଏ ଦାବି କରିଆସୁଛନ୍ତି ।










