21.1 C
Bhubaneswar
Saturday, December 6, 2025
Homeଓଡିଶା୨୦ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

୨୦ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା  ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡି ପଡିଛି ।  ଶିକ୍ଷା ଅଧିକାର  ଆଇନ ଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ।  ନିୟମ ଅନୁଯାୟୀ, ଭିତ୍ତିଭୂମି ନାହିଁ କି ପଢାଇବାକୁ  ନିୟମିତ ଶିକ୍ଷକ ନାହାନ୍ତି ।  ରାଜ୍ୟରେ ଲକ୍ଷାଧିକ ଶିକ୍ଷକ ପଦବୀ ଖାଲିପଡିଥିବା ବେଳେ  ସରକାର ଠିକାରେ କିମ୍ବା ସ୍କିମରେ  ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକଯୁବତୀଙ୍କୁ  ଶୋଷଣ କରୁଛନ୍ତି ।  ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ବିଷୟଭିତ୍ତିକ ଲେବୁଲ -୪ ପ୍ରଧାନଶିକ୍ଷକ ଓ ଲେବୁଲ ଭି(ବି) ପଦବି ଖାଲିପଡିଛି ।  ସେଗୁଡିକ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉ ନାହିଁ ଏହାଦ୍ୱାରା ପ୍ରାଥମିକ ବିଦ୍ୟାଳୟରେ  ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଅଭିଯୋଗ କରିଛନ୍ତି ।  ସମସ୍ତ ଲେବୁଲ ଭି-ଏ ଶିକ୍ଷକମାନଙ୍କୁ  କେନ୍ଦ୍ରୀୟ ହାରରେ ଦରମା , ୬ ବର୍ଷର ଶିକ୍ଷା ସହାୟକ/ କନିଷ୍ଠ ଶିକ୍ଷକଙ୍କ କାର୍ଯ୍ୟକାଳକୁ ନେଇ ମୂଳ ଚାକିରିରେ ଗଣନା, ଶିକ୍ଷକଙ୍କ ପାଇଁ  ସ୍ୱାସ୍ଥ୍ୟବୀମା ଲାଗୁ ଓ ପୁରୁଣା ପେନସନ ପ୍ରଚଳନ ଦାବିରେ ପ୍ରାଥମିକ ଶିକ୍ଷକମାନେ ଆସନ୍ତା ୨୦ ତାରିଖରେ ବିଧାନସଭା ଅଧିବେଶନରେ ଆନ୍ଦୋଳନରୁ ଓହ୍ଲାଇବେ ବେଲି ଖାରବେଳନଗରସ୍ଥିତ ଶ୍ରମିକ ଭବନରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି  ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ କାର୍ଯ୍ୟକାରୀ   ସଭାପତି କୃଷ୍ଣଚନ୍ଦ୍ର ବେହେରା, ସୁଧାଂଶୁ ମଣ୍ଡଳ, ସରୋଜ କୁମାର ବେହେରା ପ୍ରମୁଖ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking