28.1 C
Bhubaneswar
Monday, December 15, 2025
Homeଦେଶ ବିଦେଶଭାଙ୍ଗିଲା ଅହଂକାର, କାନ୍ଦୁଛି ପାକିସ୍ତାନ

ଭାଙ୍ଗିଲା ଅହଂକାର, କାନ୍ଦୁଛି ପାକିସ୍ତାନ

ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିବାକୁ ଘୋଷଣା କରିଥିଲେ । ଭାରତର ଏହି ପଦକ୍ଷେପରେ ପାକିସ୍ତାନର ଅବସ୍ଥା ଶୋଚନୀୟ ହୋଇଛି । ଆତଙ୍କୀସ୍ଥାନର ମୁହଁଫୁଟାଣି ଛାଡିଛି । ଅହଂକାର ଭାଙ୍ଗିଛି । ଏବେ ସିନ୍ଧୁ ଜଳ ଚୁକ୍ତି ପୁନଃରୁଦ୍ଧାର କରିବାକୁ ଭାରତକୁ ଗୁହାରୀ କରିଛି ପାକିସ୍ତାନ । ସିନ୍ଧୁ ନଦୀ ଚୁକ୍ତିନାମା ଜରିଆରେ ମିଳୁଥିବା ପାଣିରେ ପାକିସ୍ତାନର ପୁରା ଅର୍ଥବ୍ୟବସ୍ଥା ଓ କୃଷି ନିର୍ଭରଶୀଳ । ଏବେ ପାକିସ୍ତାନ ଲଗାତା ଭାରତକୁ ଏହି ମାମଲାରେ ଆଶ୍ୱସ୍ତି ନେଇ ଗୁହାରି କରୁଛି ।

ପାକିସ୍ତାନ ପୁଣି ଥରେ ଭାରତକୁ ଏହି ଚୁକ୍ତି ପୁନଃରୁଦ୍ଧାର କରିବାକୁ ଅନୁରୋଧ କରିଛି । ସିନ୍ଧୁ ଜଳ ଚୁକ୍ତିନାମାର ବ୍ୟବସ୍ଥା ଅନୁଯାୟୀ ଦୁଇଟି ଜଳବିଦ୍ୟୁତ ପ୍ରକଳ୍ପର ଡିଜାଇନ୍ ସମ୍ପର୍କରେ ପାକିସ୍ତାନ ହେଗ୍ ସ୍ଥିତ ସ୍ଥାୟୀ ମଧ୍ୟସ୍ଥତା ଅଦାଲତରେ ଆପତ୍ତି ଦାଖଲ କରିଥିଲା। ଏ ନେଇ କୋର୍ଟରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତ ଏହି ପ୍ରକ୍ରିୟାଗୁଡ଼ିକୁ ସ୍ୱୀକୃତି ଦେଇନଥିଲା। ଭାରତ ଏହି ମାମଲାରେ କୋର୍ଟର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲା। ପାକିସ୍ତାନର ବୈଦେଶିକ କାରର୍ଯ୍ୟାଳୟ ଏକ ବିବୃତ୍ତିରେ କୁହାଯାଇଛି ଯେ, ମଧ୍ୟସ୍ଥତା ଅଦାଲତ ନିଷ୍ପତ୍ତି ନିଶ୍ଚିତ କରେ ଯେ, ସିନ୍ଧୁ ଜଳ ଚୁକ୍ତିନାମା ବୈଧ ଏବଂ କାର୍ୟ୍ୟକ୍ଷମ । ଆମେ ଭାରତକୁ ତୁରନ୍ତ ସିନ୍ଧୁ ଜଳ ଚୁକ୍ତିନାମାର ସ୍ୱାଭାବିକ କାର୍ୟ୍ୟକୁ ପୁନଃସ୍ଥାପିତ କରିବାକୁ ଏବଂ ଚୁକ୍ତିନାମାର ଦାୟିତ୍ୱକୁ ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରୁଛୁ । ପହଲଗାମ ଆତଙ୍କବାଦୀ ହମଲା ପର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲେ ଭାରତ ସରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking