27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶମହଙ୍ଗା ମାଡ଼ : ପାକିସ୍ତାନରେ ଚିନି କିଲୋ ୧୮୦ ଟଙ୍କା

ମହଙ୍ଗା ମାଡ଼ : ପାକିସ୍ତାନରେ ଚିନି କିଲୋ ୧୮୦ ଟଙ୍କା

ଇସଲାମାବାଦ: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୁଦ୍ରାସ୍ଫୀତିର ସ୍ଥିତି କ’ଣ ତାହା ସମସ୍ତେ ଜାଣନ୍ତି। ପାକିସ୍ତାନରେ ମଇଦା, ଚାଉଳ, ତେଲ ଏବଂ ପନିପରିବାର ମୂଲ୍ୟ ଆକାଶଛୁଆଁ। ଏବେ ପାକିସ୍ତାନରେ ରମଜାନ ପାଳନ କରାଯାଉଛି। ରମଜାନ ମାସରେ ଚିନି ବ୍ୟବହାର ବୃଦ୍ଧି ପାଇଛି, ଯାହା ଫଳରେ ଚିନି ମୂଲ୍ୟରେ ବିପୁଳ ବୃଦ୍ଧି ଘଟିଛି। ରମଜାନରେ ଚିନିର ବ୍ୟବହାର ବୃଦ୍ଧି ପାଉଛି କିନ୍ତୁ ଯୋଗାଣ ସେତେ ଅଧିକ ନାହିଁ। ସେଠାରେ ବର୍ତ୍ତମାନ ଚିନି କିଲୋଗ୍ରାମ ପିଛା ୧୮୦ ଟଙ୍କାରେ ବିକ୍ରି ହେଉଛି। ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇସାକ ଡାର କିଛି ଦିନ ପୂର୍ବରୁ ଚିନି ମୂଲ୍ୟ ବୃଦ୍ଧି ନେଇ ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ପାକିସ୍ତାନରେ ଚିନି ଦର ପ୍ରତି କିଲୋ ୧୬୪ ଟଙ୍କାରୁ ଅଧିକ ହେବା ଉଚିତ ନୁହେଁ। ତଥାପି, ଖୁଚୁରା ବଜାରରେ ଚିନି କିଲୋ ପିଛା ୧୮୦ ଟଙ୍କାରେ ବିକ୍ରି ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚିନିର ହାରାହାରି ଜାତୀୟ ମୂଲ୍ୟ କିଲୋଗ୍ରାମ ପିଛା ୧୬୪ ରୁ ୧୮୦ ଟଙ୍କା ମଧ୍ୟରେ ରହିଛି। କରାଚୀ ହୋଲସେଲର୍ସ ଗ୍ରୋସର୍ସ ଆସୋସିଏସନର ସଭାପତି ରୌଫ ଇବ୍ରାହିମ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମାର୍ଚ୍ଚ ୧୫ରେ ଚିନି ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ। ଯାହା ପରେ କରାଚୀରେ ଚିନିର ହୋଲସେଲ ମୂଲ୍ୟ ପ୍ରତି କିଲୋଗ୍ରାମ ୧୬୮ ଟଙ୍କାରୁ ହ୍ରାସ ପାଇ ୧୫୮ ଟଙ୍କା ହୋଇଛି। ଚିନିର ପାଇକାରୀ ମୂଲ୍ୟରେ ୧୦ ଟଙ୍କା ସାମାନ୍ୟ ହ୍ରାସ ଘଟିଥିଲା କିନ୍ତୁ ଖୁଚୁରା ମୂଲ୍ୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଚିନିର ଖୁଚୁରା ମୂଲ୍ୟ ଏବେ ବି ଆକାଶଛୁଆଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking