29.1 C
Bhubaneswar
Tuesday, March 17, 2026
Homeଓଡିଶାଏଏସଓ ଚାକିରି ବିକ୍ରି କରିଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ

ଏଏସଓ ଚାକିରି ବିକ୍ରି କରିଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ବିଧାନସଭାରେ ଆଗତ ହୋଇଛି । ଏହି ବିଲକୁ ବିଧାନସଭାରେ ଆଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରଙ୍କ ଦୋଷତ୍ରୁଟି ଉଲ୍ଲେଖ କରିଛନ୍ତି। ଗତ ୨୦୨୩ ବର୍ଷରେ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ରେ ତ୍ରୁଟି ହୋଇଥିବା ବେଳେ ସଚିବାଳୟ ନିଯୁକ୍ତିରେ ବଡ଼ ଧରଣରର ଚଞ୍ଚକତା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଆଗାମୀ ପୀଢ଼ିଙ୍କ ଭବିଷ୍ୟତ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ । ପୂର୍ବ ସରକାରର ଏହି କାର୍ଯ୍ୟଧାରାକୁ ବର୍ତ୍ତମାନର ସରକାର ବନ୍ଦ କରିଛନ୍ତି। ପୂର୍ବ ସରକାର ସମୟରେ ରାଜ୍ୟରେ ନିଯୁକ୍ତିରେ କୌଣସି ସ୍ୱଚ୍ଛତା ନ ଥିଲା। ପ୍ରଶାସନ ଦୁର୍ନୀତି ହିଁ ଭରି ରହିଥିଲା। ନିଯୁକ୍ତି ପରୀକ୍ଷା ଦାୟିତ୍ୱରେ ରହୁଥିବା ଅଧିକାରୀମାନେ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ରାକେଟରେ ଲିପ୍ତ ରହୁଥିଲେ। ପୂର୍ବ ସରକାର କେବଳ ଆଉଟସୋର୍ସରେ ରହିଯାଇଥିଲା । ବିରୋଧୀ ଦଳ ଯଦି ଚାହିଁବେ, ତେବେ ସେମାନେ ଗୃହକୁ ଆସି ଏ ବାବଦରେ ମତାମତ ରଖିପାରିବେ । ସରକାରଙ୍କ ନାକ ତଳେ ଏହି ଦୁର୍ନୀତି ହେଉଥିଲେ ମଧ୍ୟ ସରକାର କାହିଁକି ଚୁପ୍ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ପୂର୍ବ ସରକାର ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଉଥିଲେ। ପୂର୍ବ ସରକାର କେବଳ ଆଉଟ୍‌ ସୋର୍ସରେ ରହି ଯାଇଥିଲେ। ଅନ୍ୟପଟେ ସ୍ୱଚ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ବ। ଆମେ ଆରମ ପ୍ରତିଶ୍ରୁତି ପାଳନ କରିବୁ। ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ଦେବୁ। ଖାଲି ଥିବା ସମସ୍ତ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking