27.1 C
Bhubaneswar
Wednesday, February 4, 2026
Homeଓଡିଶାରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଯାଜପୁର: ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ଏକ ମାସ ବ୍ୟାପି ଚାଲୁଥିବା ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଓ ଅନୁଷ୍ଠିତ ହେବାକୁ ଥିବା ପଦଯାତ୍ରା ଅବସରରେ ମାନ୍ୟବର ଲୋକସଭା ସାଂସଦ, ଯାଜପୁର ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରି ମାନ୍ୟବର ସାଂସଦ ଯାଜପୁର ଡ଼ା. ରବୀନ୍ଦ୍ର ନାରାୟଣ ବେହେରା କହିଲେ ଜିଲ୍ଲାର ୩ ଟି ସ୍ଥାନରେ ତା ୨୦ ନଭେମ୍ବର ସୁକିନ୍ଦା, ୨୧ ନଭେମ୍ବର କୋରେଇ ଏବଂ ୨୫ ନଭେମ୍ବରରେ ଧର୍ମଶାଳାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ୧୦ କିଲୋମିଟର ଦୂରତା ମଧ୍ୟରେ ପଦଯାତ୍ରା ଅନଷ୍ଠିତ ହେବ ଏବଂ ୪ଟି ଷ୍ଟେଜ ହେବ।

ପ୍ରତି ୨.୫ କିଲୋମିଟର ଦୂରତାରେ ଗୋଟେ ଲେଖାଏଁ ଷ୍ଟପେଜ ହେବ। ଏଥିରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ୟୁଥ୍ କ୍ଳବ୍, ଏନ୍.ଏସ.ଏସ, ଏନ୍.ସି.ସି, କ୍ରୀଡାବିତ୍, ସରକାରୀ କର୍ମଚାରୀ, ସିଭିଲ ସୋସାଇଟ ଗ୍ରୁପ, ସିନିୟର୍ ସିଟିଜେନ୍, ଏସ.ଏଚ୍.ଜି ଗ୍ରୁପର ସଦସ୍ୟା, ଦିବ୍ୟାଙ୍ଗ ମାନେ (୧୪ ବର୍ଷରୁ ଉର୍ଦ୍ଧ୍ବ) (ସର୍ବନିମ୍ନ ୧୦୦୦ ରୁ ୧୫୦୦) ଭାଗ ନେଇ ପାରିବେ। ଉକ୍ତ ଦିନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯିବ। ୪ ଟି ଷ୍ଟେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଯୋଗ, ଜୁଡୋ, କରାଟି ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ସହିତ ଲୋକାଲ ପ୍ରଡକ୍ଟସ୍ ର ମେଳା ଅନୁଷ୍ଠିତ ହେବ। ଏକ ପେଡ ମା କେ ନାମ୍ କାର୍ଯ୍ୟକ୍ରମ, ଏକ ଭାରତ ଅମୃତ ଭାରତ କାର୍ଯ୍ୟକ୍ରମ ଆଦି ଆୟୋଜିତ ହେବ। ଉକ୍ତ ଏକ ମାସ ବ୍ୟାପି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।

ଉକ୍ତ ସମ୍ମିଳନୀରେ ମାନ୍ୟବର ବିଧାୟକ କୋରେଇ ଶ୍ରୀ ଆକାଶ ଦାସନାୟକ, ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦେଶ ଏକତ୍ରିକରଣରେ ଭୂମିକା ବର୍ଣ୍ଣନା କରିବା ସହିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ପଦଯାତ୍ରା ନିମନ୍ତେ ବିଭିନ୍ନ ବିବରଣୀ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ସମ୍ମିଳନୀରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଲେ ଯେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାରେ ଏକ ମାସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। କାର୍ଯ୍ୟସୂଚୀ ଅନୁଯାୟୀ ୧୦ କି.ମି. ଦୂରତାର ଜିଲ୍ଲା ସ୍ତରୀୟ ପଦଯାତ୍ରା ଆୟୋଜନ ହେବା ସହିତ ୪ଟି ଷ୍ଟେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ୱଛତା,ସମ୍ମାନ ସଭା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପ୍ରତ୍ୟେକ ସ୍ଥାନରେ ଏକ ନୋଡାଲ ଅଧିକାରୀ ରହିବେ।ଏହି ପଦଯାତ୍ରାରେ ଜିଲ୍ଲା ଭିତରୁ ୧୦୦୦ ରୁ ୧୫୦୦ (୧୪ ବର୍ଷରୁ ଅଧିକ) ଯୁବ ଓ ନାଗରିକ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ନେସ, ଏନଏସଏସ, ଏନଏସସି, ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ୍, ସ୍ୱୟଂସହାୟିକ ଦଳ ସଦସ୍ୟ, ବରିଷ୍ଠ ନାଗରିକ ବୃନ୍ଦ ଯୋଗଦେବେ। ପୂର୍ବରୁ ଅନୁଷ୍ଠିତ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଏବଂ ବ୍ଲକ୍ ସ୍ତରରେ ଓ ଜିଲ୍ଲା ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ୧୦ କିଲୋମିଟର ଦୂରତା ମଧ୍ୟରେ କମିଟି ମେମ୍ବର ଙ୍କ ଦ୍ଵାରା ମଝି ମଝିରେ ରଙ୍ଗୋଲି କରାଯିବ। ଦେଶାତ୍ମବୋଧ ସଙ୍ଗୀତ ଗାନ ସହିତ ଏକ ରଥ ବୁଲିବ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ କର ଏହି ଅଭିଯାନ ମାଧ୍ୟମରେ ଯୁବପିଢ଼ୀ ଙ୍କ ମଧ୍ୟରେ ଜାତୀୟ ଏକତା, ସାମ୍ପ୍ରଦାୟିକ ସମ୍ମିଳନ ଓ ଦେଶପ୍ରେମର ବାର୍ତ୍ତା ପ୍ରଚାର ହେବ ବୋଲି କହିଥିଲେ। ଉକ୍ତ ସମ୍ମିଳନୀରେ ଏଡିଏମ ଯୁଧିଷ୍ଠିର ନାଏକ, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ରହି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ପଦଯାତ୍ରାର ବିଭିନ୍ନ ବିବରଣୀ ଉପରେ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking