17.1 C
Bhubaneswar
Saturday, February 14, 2026
Homeଓଡିଶାରାମ ନବମୀ ପାଳନ ପାଇଁ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ରାମ ନବମୀ ପାଳନ ପାଇଁ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଯାଜପୁର: ଯାଜପୁର ପୌରପାଳିକା ଅଂଚଳରେ ଥିବା ହିନ୍ଦୁ ମାନଙ୍କ ମଧ୍ୟରେ ଏକତା ଓ ଭାଇଚାରା ସୃଷ୍ଟି କରିବା ଲକ୍ଷ୍ୟରେ ଆସନ୍ତା ଏପ୍ରିଲ ୬ ତାରିଖ ଦିନ ପବିତ୍ର ରାମ ନବମୀ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ହିନ୍ଦୁ ଏକତା ମଞ୍ଚ । ମଂଚ ପକ୍ଷରୁ ସଭାପତି ଦୁର୍ଗା ଶଙ୍କର ବେହେରାଙ୍କ ସଭାପତିତ୍ଵରେ ଶାନ୍ତି ମଣ୍ଡପରେ ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଉକ୍ତଦିନ ମୋଟରଙ୍ଗାପାଳ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରି ସମଗ୍ର ସହର ପରିକ୍ରମା କରିବା ପରେ କୁସୁମା ନିକଟ ପ୍ରଶାସନିକ ଭବନ ପଡ଼ିଆରେ ପହଂଚିବ। ସେଠାରେ ପ୍ରଭୁ ଶ୍ରୀରାମଙ୍କର ପ୍ରତିମୂର୍ତି ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଶୋଭାଯାତ୍ରାରେ ଶତାଧିକ ନାମ ସଂକୀର୍ତନ ଦଳ ଅଂଶଗ୍ରହଣ କରିବେ । ରାଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନଙ୍କ ଦ୍ବାରା ଭଜନ ସଂଧ୍ୟା ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଉକ୍ତ ଦିନ ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ ବୋଲି ଆଶା କରାଯାଇଛି। ବିଶିଷ୍ଟ ବାଲୁକା ଶିଳ୍ପୀଙ୍କ ଦ୍ବାରା ବାଲୁକା କଳ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ବୋଲି ହିନ୍ଦୁ ଏକତା ମଂଚର ସମ୍ପାଦକ ଜଗନ୍ନାଥ ସାମଲ, ମୁଖ୍ୟ ପରିଚାଳକ ରାଜେନ୍ଦ୍ର କୁମାର ରଣା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ହିନ୍ଦୁ ଏକତା ମଂଚର ସଭାପତି ଦୁର୍ଗା ଶଙ୍କର ବେହେରା ସୂଚନା ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking