ବାଲେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ବାଲେଶ୍ୱରରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ସୁରକ୍ଷା ସମୀକ୍ଷା । ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟରେ ସୁରକ୍ଷା ସମୀକ୍ଷା ବୈଠକ । ପୂର୍ବାଞ୍ଚଳ ଡିଆଇଜି, ଏସ୍ପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଆସନ୍ତା ୩ ତାରିଖରେ ବାଲେଶ୍ୱର ଗସ୍ତରେ ଆସିବେ ରାଷ୍ଟ୍ରପତି । ସୂଚନାଯୋଗ୍ୟ, ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଏହି ଗସ୍ତକାଳରେ ସେ ରାଇରଙ୍ଗପୁର ଅର୍ଥାତ୍ ଜନ୍ମମାଟିକୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି । ତେବେ ଏହି ଗସ୍ତ ସମୟରେ ଅନେକ ପ୍ରକଳ୍ପର ଲୋକାର୍ପିତ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ୨ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ । ପରେ ଲୋକଭବନରେ ରାତ୍ରୀଯାପନ କରିବେ । ୩ରେ ବାଲେଶ୍ୱରରେ ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ୪ ତାରିଖରେ ଯାଜପୁରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ୫ ଓ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ ।









