ଭୁବନେଶ୍ୱର: ଆସନ୍ତା ୨ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ୫ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବୃଆରୀ ୨ ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ରେ ଭୁବନେଶ୍ୱରରେ ପହଞ୍ଚି ରାତ୍ରୀ ଯାପନ କରିବେ ରାଷ୍ଟ୍ରପତି। ୩ ତାରିଖରେ ଫକୀରମୋହନ ୟୁନିଭର୍ସିଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଭଳି ୪ ତାରିଖରେ ଯାଜପୁରରେ ମା ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ୫ ଓ ୬ ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତିଙ୍କର। ଏହା ପରେ ରାଷ୍ଟ୍ରପତି ଭୁବନେଶ୍ବର ଫେରିବା ସହ ଛତିଶଗଡ଼ ଯିବାର କାର୍ଯ୍ୟକ୍ରମ ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।










