ନୂଆଦିଲ୍ଲୀ: ହେଲିପ୍ୟାଡରେ ଫସିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର । କେରଳରେ ରାଷ୍ଟ୍ରପତିଙ୍କ ଚପର ଲ୍ୟାଣ୍ଡିଂ ବେଳେ ଅଘଟଣ ଘଟିଛି । ଲ୍ୟାଣ୍ଡିଂ ବେଳେ କଂକ୍ରିଟ ହେଲିପ୍ୟାଡରେ ଫସିଲା ଚପର ଚକ । କେରଳର ପ୍ରମଦମ ଷ୍ଟାଡିୟମରେ ଚପର ଲ୍ୟାଣ୍ଡି ବେଳେ ଧସିଲା ହେଲିପ୍ୟାଡ । ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଏବଂ ଅଗ୍ନିଶମ ବିଭାଗର ଜରୁରୀକାଳୀନ କର୍ମଚାରୀମାନେ ସାହାର୍ଯ୍ୟ କରିଥିଲେ । ଫସିଥିବା ହେଲିକପ୍ଟରକୁ ହାତରେ ଠେଲି ବାହାର କରିଥିଲେ । କିନ୍ତୁ ସୌଭାଗ୍ୟର କଥା ଯେ ରାଷ୍ଟ୍ରପତି ଏବଂ କୌଣସି କ୍ର୍ୟୁ ମେମ୍ବର ଆହତ ହୋଇନାହାନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କେରଳର ସାବରୀମାଳା ପାହାଡ ମନ୍ଦିର ପରିଦର୍ଶନ କରିବେ । ସେ ଗତକାଲି ସନ୍ଧ୍ୟାରେ ତିରୁବନନ୍ତପୁରମରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଅନ୍ୟ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।










