ନୂଆଦିଲ୍ଲୀ : ସିରିଆରେ ଗୃହଯୁଦ୍ଧ ପରେ ରାଷ୍ଟ୍ରପତି ବଶର ଅଲ ଅସଦ ଋଷିଆ ସରଣରେ ପଶିଛନ୍ତି । ଏହାରି ଭିତରେ ଏକ ବଡ ଖୁଲାସା ହୋଇଛି । ଋଷ ଯିବା ପୂର୍ୱରୁ ଅସବ ପ୍ରାୟ ୨୦୦ ମିଲିୟନ ୟୁରୋ ସିରିଆରୁ ମସ୍କୋ ଟ୍ରାନ୍ସଫର କରିଛନ୍ତି । ୨୦୧୮ରୁ ସେ ଏହି ଅର୍ଥ ରାଶି ମସ୍କୋ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ କରିଥିଲେ । ଗୃହଯୁଦ୍ଧ ଜାରି ରହିଥିବା ସମୟରେ ଅସଦ ବହୁ ପରିମାଣରେ ଅର୍ଥରାଶି ସିରିଆ ବାହାରକୁ ପଠାଇଥିବା ଜଣାପଡିଛି । କୁହାଯାଉଛି ପାଖାପାଖି ଦୁଇ ଟନ ଓଜନର ୧୦୦ ଓ ୫୦୦ ୟୁରୋର ନୋଟକୁ ମସ୍କୋ ସ୍ଥାନାନ୍ତର କରିଛନ୍ତି ଅସଦ । ଏହି ଅର୍ଥ ସିରିଆର ସେଣ୍ଟ୍ରାଲ ବ୍ୟାଙ୍କରୁ ରୁଷିଆର ରିଜର୍ଭ ବ୍ୟାଙ୍କକୁ ପଠାଯାଇଛି । ଏନେଇ ଚାଞ୍ଚଲ୍ୟକର ଖୁଲାସା ଅନ୍ତଜାତୀୟ ଗଣମାଧ୍ୟମରେ ହୋଇଛି ।