ଝାରସୁଗୁଡା: ଝାରସୁଗୁଡାରେ ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ପହଞ୍ଚିଛନ୍ତି । ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସଗୁଡା ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର , ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କାଧର ତ୍ରିପାଠୀ, ଏସଜିଆର ରାଘେବନ୍ଦ୍ର ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାୟୁସେନାର ହେଲିକପ୍ଟରରେ ରାଷ୍ଟ୍ରପତି ମୁର୍ମୁ ଛତିଶଗଡର ଅମ୍ବିକାପୁର ଅଭିମୁଖେ ବାହାରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।










