ନୂଆଦିଲ୍ଲୀ: ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କୁ ଏକ୍ସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତ ପାଇଁ ମହାକାଶରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିପାରିଛନ୍ତି । ସମଗ୍ର ଦେଶ ଶୁଭାଂଶୁଙ୍କ ଯାତ୍ରା ପାଇଁ ଉତ୍ସାହିତ ଓ ଗର୍ୱିତ । ଭାରତ , ଆମେରିକା, ପୋଲାଣ୍ଡ, ହଙ୍ଗେରୀ ଆକ୍ସିଅମ ମିଶନ ମିଶନ ୪ରେ ସାମିଲ ଅଛନ୍ତି । ମହାକାଶଚାରୀ ପ୍ରମାଣ କରିଛନ୍ତି ବିଶ୍ୱ ଗୋଟିଏ ପରିବାର ବସୁଧୈବ କୁଟୁମ୍ଭକମ । ସୂଚନା ଥାଉକି ଆଜି ଭାରତୀୟ ସମୟ ୧୨ ଟା ୧ରେ ଆକ୍ସିଅମ – ୪ ମିଶନ ଲଞ୍ଚ ହୋଇଥିଲା । ମହାକାଶରୁ ଉଡାଣ ଭରି ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଲା।









