26.1 C
Bhubaneswar
Friday, March 20, 2026
Homeଓଡିଶାଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ଦେଲେ ରାଷ୍ଟ୍ରପତି

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ଦେଲେ ରାଷ୍ଟ୍ରପତି

ଅଭିନବ ଶିକ୍ଷାଦାନ ପଦ୍ଧତି ପାଇଁ ପୁରସ୍କୃତ ହେଲେ କୋରାପୁଟର ତରୁଣ କୁମାର ଦାଶ ଏବଂ ମାଲକାନଗିରିର ବସନ୍ତ କୁମାର ରଣା

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ଦିବସ ଉପଲକ୍ଷେ ଦେଶର ମୋଟ୍ ୮୧ ଜଣ ଆଦର୍ଶ ଶିକ୍ଷକଙ୍କୁ ବିଦ୍ୟାଳୟ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ୱାରା ଓଡ଼ିଶାର ଦୁଇ ଜଣ ଆଦର୍ଶ ଶିକ୍ଷକ ପୁରସ୍କୃତ ହୋଇଛନ୍ତି । କୋରାପୁଟ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶ ଅଭିନବ ଶିକ୍ଷାଦାନ ପଦ୍ଧତି ଏବଂ ଭାଷା ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପୁରସ୍କୃତ ହୋଇଛନ୍ତି। କଥା ଚିତ୍ର, ମାଇଁ ରିଡିଂ ବୁକ୍ ଏବଂ ମାଇଁ ପିକ୍ଚର ମାଇଁ ଷ୍ଟୋରୀ, ନ୍ୟୁଜ୍ ନେଷ୍ଟ ଏବଂ ମୈ ଭି ସ୍ପିକର ଭଳି ପ୍ରୟାସ ଜରିଆରେ ସେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ସାକ୍ଷରତା ଏବଂ ଯୋଗାଯୋଗ ଦକ୍ଷତା ବୃଦ୍ଧି କରିପାରିଛନ୍ତି। ସେ ମଧ୍ୟ ମିଲେଟ୍ କ୍ରାନ୍ତି ଅଭିଯାନର ନେତୃତ୍ୱ ନେଇ ନିଜ ବିଦ୍ୟାଳୟରେ ଶ୍ରୀଅନ୍ନ ଜାତୀୟ ଖାଦ୍ୟ ପରଷି ଦେବାରେ ଅଗ୍ରଣୀ ହୋଇପାରିଛନ୍ତି। ତାଙ୍କର ଉଦ୍ୟମ ସ୍ୱାସ୍ଥ୍ୟ, ପୋଷଣ ଏବଂ ସାଂସ୍କୃତିକ ସଚେତନତାକୁ ପ୍ରୋତ୍ସାହିତ କରିଛି । ଏହି ବହୁମୁଖୀ ଅଭ୍ୟାସଗୁଡ଼ିକ ଶିକ୍ଷା ପାଇଁ ଏକ ଶକ୍ତିଶାଳୀ ଦୃଷ୍ଟିକୋଣର ଉଦାହରଣ ଦେଉଛି ଯାହା ଛାତ୍ରଛାତ୍ରୀଙ୍କୁ କେବଳ ଶିକ୍ଷାଗତ ଭାବରେ ନୁହେଁ, ବରଂ ସୃଜନଶୀଳ, ଆତ୍ମବିଶ୍ୱାସୀ ଏବଂ ସାମାଜିକ ସଚେତନ ବ୍ୟକ୍ତିତ୍ୱ ଭାବେ ଗଢ଼ି ତୋଳିବାରେ ସହାୟକ ହେଉଛି।

ସେହିପରି ମାଲକାନଗିରି କୋଣ୍ଡେଲ ସରକାରୀ ନୋଡାଲ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା ନୂତନ ଶିକ୍ଷାଦାନ ଏବଂ ଗୋଷ୍ଠୀ ସହଭାଗିତା ପାଇଁ ପୁରସ୍କୃତ ହୋଇଛନ୍ତି । ତାଙ୍କର ଉଦ୍ୟମ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ଅଂଶଗ୍ରହଣରେ ସୁଧାର ଆଣିଛି। ସେ ବିଦ୍ୟାଳୟ ଏବଂ ସମାଜ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଚତୁରତାର ସହିତ ସୃଜନଶୀଳ, କମ ଖର୍ଚ୍ଚର ପଦ୍ଧତି ବ୍ୟବହାର କରିଛନ୍ତି। ସଚେତନତା ଶୋଭାଯାତ୍ରା, ପଥପ୍ରାନ୍ତ ସଭା, କଣ୍ଢେଇ ନାଚ ଏବଂ ମାସିକ ଭ୍ରାମ୍ୟମାଣ ଗୋଷ୍ଠୀ ପାଠାଗାର ମାଧ୍ୟମରେ ଶ୍ରୀ ରଣା ବିଦ୍ୟାଳୟ ଏବଂ ସମାଜ ମଧ୍ୟରେ ରହିଥିବା ସମ୍ପର୍କକୁ ସୁଦୃଢ଼ କରିଛନ୍ତି। ‘‘ଟକିଂ ୱାଲ୍ସ’’ (କଥା କୁହା କାନ୍ଥ) ଏବଂ ‘‘ପଥର ବର୍ଣ୍ଣମାଳା ଏବଂ ସଂଖ୍ୟା ବଗିଚା’’ ଭଳି ଉଦ୍ୟମ ଜରିଆରେ ସେ ବିଦ୍ୟାଳୟ ପରିସରକୁ ସମ୍ପୃକ୍ତି ଆଧାରିତ ଶିକ୍ଷାୟତନ କେନ୍ଦ୍ରରେ ପରିଣତ କରିଛନ୍ତି। ତାଙ୍କର ଏହି ଉଦ୍ୟମ ମୌଳିକ ସାକ୍ଷରତା ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ବିକାଶକୁ ପ୍ରୋତ୍ସାହିତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking