ଭୁବନେଶ୍ୱର : ରାଇରଙ୍ଗପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହିଳା ମହାବିଦ୍ୟାଳୟରେ ପହଞ୍ଚିଲେ ରାଷ୍ଟ୍ରପତି । ମହାମହିମଙ୍କୁ ପାଖରେ ପାଇ ଉସ୍ôାହିତ ପିଲା । ମହାବିଦ୍ୟାଳୟ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଛନ୍ତି । କହିଛନ୍ତି ଦେଶର ବିକାଶ ପାଇଁ ସମସ୍ତଙ୍କର ବିକାଶ ଜରୁରୀ । ଶିକ୍ଷା, ସ୍ୱାସ୍ଥ୍ୟ , ସାମାଜିକ କ୍ଷେତ୍ରରେ ବିକାଶ ଆବଶ୍ୟକ । ଚେଷ୍ଟା କଲେ ବିଫଳ ହେବାର ସମ୍ଭାବନା ନାହିଁ । ମହିଳାମାନେ ଆଗକୁ ବଢିବାର ଆବଶ୍ୟକତା ରହିଛି । ଛାତ୍ରୀ ପରିଶ୍ରମ କରୁଛନ୍ତି । ସେମାନେ ନିଶ୍ଚିତ ଆଗକୁ ବଢିବୈ । ମହିଳା ଆଗକୁ ବଢିଲେ, ପରିବାର ସହ ସମାଜ ବଦଳେ । ମହିଳା ଶିକ୍ଷିତ ହେଲେ ପରିବାର ସହ ଦେଶ ବଦଳେ ।










