ନୂଆଦିଲ୍ଲୀ: ଦୁଇ ରାଜ୍ୟପାଳ, ଜଣେ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି । ପ୍ରଫେସର ଅସିମ କୁମାର ଘୋଷ ହେଲେ ହରିୟାଣା ରାଜ୍ୟପାଳ । ପି. ଅଶୋକ ଗଜପତି ରାଜୁ ହେଲେ ଗୋଆ ରାଜ୍ୟପାଳ । କବିନ୍ଦର ଗୁପ୍ତା ହେଲେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଉପରାଜ୍ୟପାଳ । ଲଦାଖ ଉପରାଜ୍ୟପାଳ ଥିବା ବିଡି ମିଶ୍ରଙ୍କ ଇସ୍ତଫା ଗୃହିତ ହୋଇଛି । ଶ୍ରୀଯୁକ୍ତ ଅଶୋକ ଗଜପତି ରାଜୁ ପୂର୍ବତନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ। ନୂତନ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟାଳୟର ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।










