20.1 C
Bhubaneswar
Tuesday, November 26, 2024
Homeଓଡିଶାବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ

ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନଭେମ୍ବର ୨୬ ତାରିଖରେ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟବରାଦ ରହିଛି । ରତ୍ନ ଭଣ୍ଡାରଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ରହିଛି । ରତ୍ନ ଭଣ୍ଡାର ପାଇଁ  ୫କୋଟି ଚଙ୍କାର ବ୍ୟୟବରାଦ କରାଯାଇଛି । ରାଜ୍ୟ ସରକାରଙ୍କ  ଅଧୀନରେ  ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ସମ୍ପୁର୍ଣ କରିବା  ନିମନ୍ତେ ପାଣ୍ଠିର ଆବଶ୍ୟକତା ରହିଛି । ପ୍ରଚଳିତ  ରହିଥିବା କେନ୍ଦ୍ର ଯୋଜନା ଓ ଭାରତ  ସରକାରଙ୍କ ଦ୍ୱାରା  ଘୋଷିତ ନୂତନ କେନ୍ଦ୍ର  ପ୍ରବର୍ତ୍ତିତ  ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ ରହିଛି ।  ବିପର୍ଯ୍ୟୟ ପରିଚାଳନା  ପାଣ୍ଠି ଅଧିନରେ  ଆବଣ୍ଟନ  ବାବଦକୁ ରାଜ୍ୟ  ବିପର୍ଯ୍ୟୟ  ସଙ୍କଟ ପରିଚାଳନା  ପାଣ୍ଠିରେ ଉପଲବ୍ଧ ହୋଇଥିବା  ବର୍ଷ ଶେଷ ବଳକା ଦ୍ୱାରା ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ଅତିରିକ୍ତ ବଜେଟରେ ୧୦,୧୫୫ କୋଟି ଟଙ୍କା  ବ୍ୟୟବରାଦ ମଧ୍ୟରୁ ୩,୨୩୬ କୋଟି ଟଙ୍କା  ଅର୍ଥ ସମର୍ପଣ ଦ୍ୱାରା ଭରଣା କରାଯିବ ।

ଅତିରିକ୍ତ ବଜେଟ ୨୦୨୪-୨୫ରେ ନୂତନ ପଦେକ୍ଷପ ନିଆଯାଇଛି ।ଭୁବନେଶ୍ୱରରେ  ପ୍ରବାସୀ ଭାରତୀୟ ଦିବସ ଆୟୋଜନ  ପାଇଁ ୧୨୫ କୋଟି  ଟଙ୍କା ବ୍ୟବସ୍ଥା କରାଯାଇଛି । ସିଏପିଏଫ ମୁତୟନ ପାଇଁ ୨୯୯ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ପୋଲିସ ଷ୍ଟେସନ ଓ ଫାଣ୍ଡିରେ  ସିସିଟିଭି ବ୍ୟବସ୍ଥା ସ୍ଥାପନ ପାଇଁ ୫୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ୨୨ଟି ଆଇଟିଆଇ ରେ ଉତ୍କର୍ଷ କେନ୍ଦ୍ର  ପ୍ରତିଷ୍ଠା ପାଇଁ  ୧୩୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଅଗ୍ନିଶମ ସେବାର ଆଧିନୀକରଣ ପାଇଁ ୬୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର  ପରିକ୍ରମାର  ସୁବିଧା ବିକାଶ ପାଇଁ  ୨୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।  ସେହିଭଳି  ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ପାଇଁ  ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ପ୍ରଶାସନିକ ବ୍ୟୟ ପାଇଁ ମୋଟ ୧୬୮୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ନିଯୁକ୍ତି  ପରୀକ୍ଷା ଆୟୋଜନ ପାଇଁ  ୧୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।  ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ  ଅଧୀମରେ ଥିବା  ଆଣଆବାସିକ କୋଠାର ରକ୍ଷଣାବେକ୍ଷଣ ପାଇଁ  ୧୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ  ରଥ ଚଢିନଥିବାରୁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ ୧୨କୋଟି  ଟଙ୍କା ବ୍ୟବସ୍ଥା କରାଯାଇଛି ।  ଓଡିଶା ବିଧାନ ସଭାର କୋଠା ନିର୍ମାଣ  ପାଇଁ ୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଓଡିଶା ମାଧ୍ୟମିକ  ଶିକ୍ଷା ପରିଷଦକୁ  ୧୩ କୋଟି ଟଙ୍କା  ଅନୁଦାନ ବ୍ୟବସ୍ଥା କରାଯାଇଛି । ଓଡିଶା ଉଠା ଜଳସେଚନ ନିଗମକୁ ଅନୁଦାନ ବାବଦରେ  ୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ପାଇଁ  ଅନୁଦାନ ବାବଦରେ  ୨୭ କୋଟି ଟଙ୍କା  ବ୍ୟବସ୍ଥା କରାଯାଇଛି । ସେଥିରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ୫ କୋଟି ଟଙ୍କା, ଉତ୍କଳ ବିଶ୍ୱ ବିଦ୍ୟାଳୟ  ପାଇଁ ୧୩ କୋଟି ଟଙ୍କା ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
୨୦୨୪ -୨୫  ଅତିରିକ୍ତ ବଜେଟରେ  ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିସ  ଅନୁଯାୟୀ ସ୍ଥାନୀୟ ନିକାୟ ସଂସ୍ଥା ମାନଙ୍କୁ ସ୍ଥାନାନ୍ତର ବାବଦକୁ ୧୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ   ଖରିଫ  ପାଇଁ ଧାନ ଫସଲ  ଉତ୍ପାଦନ କ୍ଷେତ୍ରର ଗ୍ରାମ ସ୍ତରୀୟ  ଖେତ  ବିଶ୍ଳେଷଣ ପାଇଁ ୬ କୋଟି  ଟଙ୍କାର ବ୍ୟବସ୍ଥା କରାଯାଇଛି । ଗୋଦାମ ଭିତ୍ତିଭୁମି ପାଣ୍ଠି ପାଇଁ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।   ଓଡିଶା ଉଠା ଜଳସେଚନ  ନିଗମ ଜରିଆରେ  ଅଚଳ ହୋଇପଡିଥିବା  ଉଠା ଜଳସେଚନ  ପ୍ରକଳ୍ପର ପୁନରୁଦ୍ଧାର ପାଇଁ  ୮୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ ପାଇଁ ୬୬ କୋଟି ଟଙ୍କା  ଯୋଗାଇ ଦିଆଯାଇଛି ।

ସେହିଭଳି ସାମାଜିକ ନିରାପତ୍ତାରେ ମଧୁବାବୁ ପେନସନ ଯୋଜନାରେ ୩୮୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।  ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ୧୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।  ବିଧବା ଭତ୍ତା ଯୋଜନା ପାଇଁ ୧୬ କୋଟି ଟଙ୍କା  ବ୍ୟବସ୍ଥା କରାଯାଇଛି ।
ସ୍ୱାସ୍ଥ୍ୟସେବାରେ  ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ଟଙ୍କା  ବ୍ୟବସ୍ଥା କରାଯାଇଛି । ରାଜ୍ୟ ଭାଗ  ଜାତୀୟ  ସ୍ୱାସ୍ଥ୍ୟ ମିଶନ ସମେତ  ଆୟୁଷ ସମ୍ପର୍କିତ  ଜାତୀୟ ମିଶନ ପାଇଁ  ୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାିଛି । ଔଷଧ କିଣିବା ପାଇଁ  ୨୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ମହିଳା ଓ ଶିଶୁଙ୍କୁ ସଶକ୍ତ କରିବା କ୍ଷେତ୍ରରେ  ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।  ମିଶନ ଶକ୍ତି ସାମର୍ଥ୍ୟ ପାଇଁ  ୨୫ କୋଟି ଟଙ୍କା ଏବଂ ମିଶନ ଶକ୍ତି ସମ୍ବଳ ପାଇଁ  ୫ କୋଟି  ଟଙ୍କା  ବ୍ୟବସ୍ଥା କରାଯାଇଛି ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ବିକାଶ କ୍ଷେତ୍ରରେ  ପ୍ରାକ ମେଟ୍ରିକ ଛାତ୍ର ବୃତ୍ତି ପାଇଁ  ୧୧୨ କୋଟି ଟଙ୍କା  ମୁଖ୍ୟମନ୍ତ୍ରୀ ମେଧାବୀ  ଛାତ୍ର ପ୍ରୋତ୍ସାହନ ଯୋଜନାରେ  ପୋଷ୍ଟ ମାଟ୍ରିକ ସ୍କଲାରସିପ ପାଇଁ  ୧୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ  ପାଇଁ ସ୍ୱତନ୍ତ୍ର ଶିକ୍ଷା ସହାୟତା ପାଇଁ  ୮୭ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ କ୍ଷେତ୍ରରେ  ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ  ବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।  ସମଗ୍ର ଶିକ୍ଷା ପାଇଁ  ରାଜ୍ୟ ସହାୟତା ବାବଦକୁ  ୫୦୨ କୋଟି ଟଙ୍କା  ବ୍ୟବସ୍ଥା କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା  ମୁଖ୍ୟମନ୍ତ୍ରୀ ମେଧାବୀ  ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୩୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଓଡିଶା ଦକ୍ଷତା ବିକାଶ  ପ୍ରାଧିକରଣ ପାଇଁ ୧୦ କୋଟି ଟଙ୍କା  ଏବଂ ଏବିଡି ସହାୟତାରେ  ଓଡିଶା ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୬୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।  ଆଇଟିଆଇର ଭିତ୍ତିଭୂମି ବିକାଶ ପାଇଁ  ୩୫ କୋଟି  ଟଙ୍କା ବ୍ୟବସ୍ଥା କରାଯାଇଛି ।

ସହିଭଳି ଜଙ୍ଗଲ ଓ ପରିବେଶ କ୍ଷେତ୍ରରେ  ବନୀକରଣ ପାଣ୍ଠି କ୍ଷତିପୂରଣ ପାଇଁ ୧୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାିଛି । ଇକୋ ଟୁରିଜିମର ବିକାଶ ପାଇଁ ୨୦ କୋଟି ଟଙ୍କା ଏବଂ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ ପାଇଁ  ୨୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।  ବ୍ୟାଘ୍ର ପ୍ରକଳ୍ପ ପାଇଁ ୯ କୋଟି ଟଙ୍କା , ହାତୀ କରିଡର ପରିଚାଳନା ପାଇଁ  ୫ କୋଟି ଟଙ୍କା ଏବଂ ବନ୍ୟପ୍ରାଣୀ  ସୁରକ୍ଷା ଓ ସଂରକ୍ଷଣ ପାଇଁ  ୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ଗ୍ରାମୀଣ ଭିତ୍ତିଭୂମି କ୍ଷେତ୍ରରେ  ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା  ପାଇଁ ୨୭୭୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।  ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୧୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ନଗର ଉନ୍ନୟନ କ୍ଷେତ୍ରରେ ସହରାଞ୍ଚଳ ନାଳବାହିତ ଆବର୍ଜନା ପରିଚାଳନା ଯୋଜନା ପାଇଁ ୧୪୮ କୋଟି ଟଙ୍କା ଏବଂ  ସହରାଞ୍ଚଳରେ ଜଳ ଯୋଗାଣ ପାଇଁ  ୨୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।  ସ୍ୱଛ୍‌ଛ ଭାରତ ଅଭିଯାନ ପାଇଁ  ୫୯୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ଶିଳ୍ପ କ୍ଷେତ୍ରରେ  ଶିଶ୍ପ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ  ୪୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ପାଇଁ  ୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଭିତ୍ତିଭୂମି କ୍ଷେତ୍ରରେ   ପୁଞ୍ଜି ବ୍ୟୟ ପାଇଁ  ରାଜ୍ୟମାନଙ୍କୁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନା ପାଇଁ  ୧୭୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।  ଓଡିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ପାଇଁ ୧୦୦ କୋଟି ଓ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ପାଇଁ  ୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।  ଆଇଟି ପାର୍କ  ଏବଂ ଟାୱାର  ବିକାଶ ପାଇଁ  ୨୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଅନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ପାଇଁ ୩୧ କୋଟି ଟଙ୍କା ବ୍ୟାବସ୍ଥା କରାଯାଇଛି ।

ସଂସ୍କୃତି ଓ ପର୍ଯ୍ୟଟନର ପ୍ରୋତ୍ସାହନ  କ୍ଷେତ୍ରରେ   ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଅନୁଦାନ ପାଇଁ ୩୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ  ୪୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସଂସ୍କୃତି ନିର୍ଦ୍ଦେଶାଳୟ ପାଇଁ  ୯୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ହସ୍ତତନ୍ତ ଶିଳ୍ପର ପ୍ରୋତ୍ସାହନ ପାଇଁ  ୧୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନ ସୂଚନା ଓ ପ୍ରଚାର ପାଇଁ  ୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking