21.1 C
Bhubaneswar
Friday, February 6, 2026
Homeଓଡିଶାଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସ ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ । ଏଥରର ଶୀର୍ଷକ ରହିଛି “ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ ଓ କୃଷି ଐତିହ୍ୟରେ ମହିଳାଙ୍କ ଭାଗିଦାରୀ” । ଚଳିତ ଥର ମହିଳା ଚାଷୀଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଉଛି । କୃଷିରେ ପୁରୁଷଙ୍କ ଭଳି ମହିଳାଙ୍କ ଭାଗିଦାରୀ ମଧ୍ୟ ଅନୁରୂପ ଅଟେ। ସେଇମାନେ ହିଁ ପ୍ରକୃତରେ ଆମର ପାରମ୍ପରିକ ଖାଦ୍ୟ ଶସ୍ୟର ସଂରକ୍ଷକ ଅଟନ୍ତି । ଏହି ପରିପ୍ରେକ୍ଷୀରେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନିଟରିଂ କମିଟିର ବୈଠକ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ଏବଂ ଉଦଯାପନୀ ସମାରୋହରେ ମହାମହିମ ରାଜ୍ୟପାଳ ଯୋଗଦେବେ । ଦେଶ ବିଦେଶରୁ ବହୁ କୃଷିବିତ୍, ବୈଜ୍ଞାନିକ, ମହିଳା କୃଷି ଉଦ୍ୟୋଗୀ, ଏନଜିଓ, ଏଫପିଓ, ଅନ୍ତର୍ଜାତୀୟ ସଂସ୍ଥା ଯଥା ଏଫଏଓ, ଏମଏସଏସଆରଏଫ, ଆଇଏଫପିଆରଆଇ, ଏସଇଡବ୍ଲୁଏ ଆଦି ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି । ବହୁ ସଂଖ୍ୟକ ଚାଷୀ, ଉଦ୍ୟୋଗୀ, ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଚଳିତବର୍ଷର ମାସ୍କଟ ମିଲି ମଧ୍ୟ ମୟୁରଭଞ୍ଜର ପ୍ରଖ୍ୟାତ ଫୁଟା ଶାଢ଼ୀ ପରିହିତା ଭାବେ ନଜର ଆସିବ ।ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଓୟୁଏଟି ଡିନ ଡ଼ ପ୍ରସନ୍ନଜିତ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆୟୋଜନ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking